OnaKhabar

ଜାଲରେ ପଡ଼ିଲା ବିରଳ କାଉ ମାଛ

128

ପାରାଦ୍ୱୀପ : ଆଜି ପାରାଦ୍ୱୀପ ସମୁଦ୍ରରେ କିଛି ମତ୍ସ୍ୟଜୀବୀ ଭୋରୁ ମାଛ ଧରିବାକୁ ଯାଇଥିଲେ | ଜଣେ ମତ୍ସ୍ୟଜୀବୀଙ୍କ ଜାଲରେ ୨ କୁଇଣ୍ଟାଲର ବିରଳ କାଉ ମାଛ ପଡିଥିବା ଦେଖିବାକୁ ମିଳିଛି | ମାଛର ପାଟି କାଉ ପରି ହୋଇଥିବାରୁ ଏହି ବିରଳ ମାଛର ନାଁ କାଉ ମାଛ । ମତ୍ସ୍ୟଜୀବୀଙ୍କ ଜାଲରେ ୨କୁଇଣ୍ଟାଲ କିଲୋ ଓଜନର କାଉ ମାଛ ଧରାପଡ଼ିବା ବିରଳ ବୋଲି କୁହାଯାଉଛି । କାଉ ମାଛକୁ ଉଦ୍ଧାର କରି ଜଙ୍ଗଲ ବିଭାଗକୁ ଖବର ଦିଆଯାଇଛି । କାଉ ମାଛର ଦାମ ବେଶୀ ନଥିଲେ ମଧ୍ୟ ମାଛକୁ ଦେଖିବାକୁ ଲୋକଙ୍କ ଭିଡ଼ ଲାଗିଛି । ତେବେ କେରଳ ଭଳି କିଛି ରାଜ୍ୟରେ କାଉ ମାଛର ଚାହିଦା ରହିଥିବା ଜଣାପଡ଼ିଛି ।

ସଡକ ଦୁର୍ଘଟଣାରେ ପ୍ରାଣ ହରାଇଲେ ବିଏସଏଫ ଯବାନ