OnaKhabar

ଜିଲ୍ଲାସ୍ତରୀୟ ହିନ୍ଦୀ ବକ୍ତୃତା ପ୍ରତିଯୋଗିତା

64

ବଲାଙ୍ଗିର,(ଦେବାଶିଷ ମିଶ୍ର) – ହିନ୍ଦୀ ଶିକ୍ଷା ବିକାଶ ପରିଷଦ ପକ୍ଷରୁ ସ୍ଥାନୀୟ ରାମଗୋପାଳ ନୋଡାଲ ହାଇସ୍କୁଲ ଠାରେ ଜିଲ୍ଲାସ୍ତରୀୟ ହିନ୍ଦୀ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ସନ୍ତୋଷ ମୋଦୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ “ବିଦ୍ୟାର୍ଥୀ ଓ ଅନୁଶାସନ” ଶିର୍ଷକ ବିଷୟରେ ହିନ୍ଦୀ ଭାଷା ମାଧ୍ୟମରେ ଛାତ୍ର ଛାତ୍ରୀମାନେ ବକ୍ତୃତା ପ୍ରଦାନ କରିଥିଲେ । ବକ୍ତୃତାରେ ଲିଟିଲ ଫ୍ଲାୱାର ସ୍କୁଲର ଅମଳିନା ପାଣିଗ୍ରାହୀ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର କଦମପଡାର ସୌମ୍ୟ ସୁଦିପ କୁଅଁର, ବଲାଙ୍ଗିର ପବ୍ଲିକ ସ୍କୁଲର ସ୍ମୁତି ଦାଶ ଯଥାକ୍ରମେ ପ୍ରଥମ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ । ବିଚାରକ ଭାବରେ କବି ଜୟପ୍ରକାଶ ଅଗ୍ରୱାଲ, ସାମ୍ବାଦିକ ପବନ ଅଗ୍ରୱାଲ, ସମାଜସେବିକା ରୀନା ଗୋୟଲ ଦାୟିତ୍ୱ ତୁଳାଇଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ନରେନ୍ଦ୍ର ମିଶ୍ର, ହିନ୍ଦୀ ଶିକ୍ଷକ ଶୁଶାନ୍ତ କୁମାର ନାୟକ, ଖେଳ ଶିକ୍ଷୟତ୍ରୀ ଶୁଶିଳା ବିଶ୍ୱାଲ, ଏକାଦଶି ସାହୁ, ଗୁଲାପି ପଟେଲ ଉପସ୍ଥିତ ରହି ସହଯୋଗ କରିଥିଲେ । କୃତି ପ୍ରତିଯୋଗୀଙ୍କୁ ଜାନୁୟାରୀ ୨୬ ତାରିଖ ସ୍ଥାନୀୟ ମନୋହରପୁର ପଡିଆ ଠାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସରେ ପୁରସ୍କୃତ ହେବେ ବୋଲି ସନ୍ତୋଷ ମୋଦି ସୂଚନା ଦେଇଛନ୍ତି ।