OnaKhabar

କେନ୍ଦ୍ରାପଡ଼ା କ୍ରେଡିଟ୍ କୋଅପରେଟିଭ୍ ସୋସାଇଟିର ବାରଣ୍ଡାରେ ମୃତଦେହ

5

ଜଗତସିଂହପୁର: ଜିଲ୍ଲାର ପାରାଦୀପ ଅଞ୍ଚଳରେ ଏକ ମୃତଦେହକୁ ନେଇ ଚାଞ୍ଚଲ ଖେଳିଯାଇଛି । ପାରାଦୀପ ଅଠରବାଙ୍କୀସ୍ଥିତ କେନ୍ଦ୍ରାପଡ଼ା କ୍ରେଡିଟ କୋଅପରେଟିଭ ସୋସାଇଟି ପାରାଦୀପ ଶାଖାର ବାଣ୍ଡାରେ ପଡ଼ିରହିଛି ଏକ ମୃତହେଦ । ଜଣାପଡ଼ିଛି ସେ କେନ୍ଦ୍ରାପଡ଼ା କ୍ରେଡିଟ୍ କୋଅପରେଟିଭ୍ ସୋସାଇଟି ପାରାଦୀପ ଶାଖାରେ କିରାଣି ଭାବେ କାମ କରନ୍ତି। ତାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲାର ନରେନ୍ଦ୍ରପୁର ଗ୍ରାମରେ ବୋଲି ଜଣାପଡ଼ିଛି| ବିଶ୍ଵଜିତ ସାହୁ ପ୍ରତିଦିନ ଭଳି ଆଜି ମଧ୍ୟ ସକାଳେ ଗାଁରୁ ଆସି କାର‌୍ୟ୍ୟାଳୟରେ ପହଞ୍ଚିଥିଲେ। କିନ୍ତୁ କାର‌୍ୟ୍ୟାଳୟ ଖୋଲି ନ ଥିବା ହେତୁ ସେ ସେଠାରେ ବସି ରହିଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ବିଶ୍ଵଜିତ ସାହୁ ଦେହ ଭଲ ଲାଗୁ ନଥିବା କହି ସେଠାରେ ଶୋଇଥିଲେ। ତେବେ କିଭଳି ଭାବେ ତାଙ୍କର ମୃତ୍ୟୁ ହେଲା, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ।