OnaKhabar

ଜାତୀୟ କବାଡି ପ୍ରତିଯୋଗୀଙ୍କ ଭବ୍ୟ ସମ୍ବର୍ଦ୍ଧନା

14

ବଲାଙ୍ଗିର: ସ୍ଥାନୀୟ ଚିକଲବାହାଲ ୟୁଜିଏଚ୍‌ଏସ୍ ସ୍କୁଲର ନବମ ଶ୍ରେଣୀ ଛାତ୍ରୀ ମିନତି ରାଉତ ବିଦ୍ୟାଳୟ ସ୍ତରୀୟ କବାଡି ପ୍ରତିଯୋଗିତାରେ ଜାତୀୟ ସ୍ତରରେ ଭାଗନେଇ କୃତିତ୍ୱ ଅର୍ଜନ କରିଛନ୍ତି । ସର୍ବ ପ୍ରଥମେ ବ୍ଲକ ସ୍ତରୀୟରୁ ଜିଲ୍ଲା ସ୍ତରୀୟ ଓ ରାଜ୍ୟସ୍ତରୀୟ ପରେ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବାର ସୁଯୋଗ ପାଇ ପାରିଥିଲେ । ଗତ ୧୨ରୁ ୧୭ ତାରିଖରେ ଛତିଶଗଡର ଦୁର୍ଗ ରେ ହୋଇଥିବା ଜାତୀୟ କବାଡି ପ୍ରତିଯୋଗିତାରେ ମିନତି ରାଉତ ଭାଗ ନେଇ କୃତିତ୍ୱ ଅର୍ଜନ କରିଛନ୍ତି । ଏ ଅବସରରେ ଚିକଲବାହାଲରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିବା ଏଥିରେ ବିଡିସିସି ସଭାପତି ଲକ୍ଷ୍ମଣ ମେହେର ଓ କୃଷକ ନେତା ସୁଧିର ପରିଚ୍ଛା ଯୋଗଦେଇ ମିନତି ରାଉତଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ସଭାରେ ଯଦୁପତି ନାଥ, ପ୍ରଧାନ ଶିକ୍ଷକ ବିବେକାନନ୍ଦ ପାତ୍ର, ପିଇଟି ହେମନ୍ତ ପ୍ରଧାନ, କରାଟେ କୋଚ ଅସୀମ କୁମାର ଭୋଇ, ଚେତାବନୀ ସାହୁ, ତିଲୋତ୍ତମା ଦାଶ, ଦିଲିପ ମେହେର, ସୁକାନ୍ତି ଭୋଇ, ଶୋଭାଗିନୀ ମେହେର, ସତ୍ୟ ନାରାୟଣ ଭୋଇ, ଧରମ ରାଉତ, କ୍ଷେତ୍ରବାସୀ ରାଉତ ପ୍ରମୁଖ ମଞ୍ଚାସିନ ଥିଲେ । ସାଧାରଣ ମଫସଲରୁ ଆସି ଜିଲ୍ଲା ଓ ରାଜ୍ୟ ପାଇ ଗୌରବ ଆଣଦେଇଥିବା ମିନତି ରାଉତ ଜେପର ଆହୁରି ଆଗକୁ ବଢି ସମସ୍ତଙ୍କ ପାଇଁ ପ୍ରେରଣା ହେବେ ତାର ଯତ୍ନ ନେବା ସହ ଆଗାମି ଦିନରେ ମିନତି ରାଉତଙ୍କୁ ଉଚ୍ଚ ସ୍ତରୀୟ ସମ୍ମାନରେ ସମ୍ମାନିତ କରାଯିବ ବୋଲି ଚାଷି ନେତା ସୁଧିର ପରିଚ୍ଛା ତାଙ୍କ ବକ୍ତବ୍ୟରେ କହିଥିଲେ ।