OnaKhabar

ତୁର୍କୀ ପିଆଜକୁ ଅଭାବୀ ବିକ୍ରୀ କରିବେ ସରକାର

ନୂଆଦିଲ୍ଲୀ: ତୁର୍କୀରୁ ଆମଦାନି କରାଯାଇଥିବା ପିଆଜକୁ ଅଭାବୀ ବିକ୍ରୀ କରିବେ ସରକାର । ପାଟିକୁ ସୁଆଦିଆ (ରାଗୁଆ) ଲାଗୁ ନ ଥିବାରୁ ଆମଦାନୀ କରାଯାଇଥିବା ପିଆଜକୁ ଲୋକମାନେ କିଣିବାକୁ ଆଗ୍ରହ ପ୍ରକାଶ କରୁ ନ ଥିଲେ । ପ୍ରଥମେ ସରକାର ୫୫ ଟଙ୍କାରେ ବିକ୍ରୟ କରିବାକୁ ସରକାର ଯୋଜନା କରିଥିଲେ ।  କିନ୍ତୁ ଲୋକେ ସେହି ପିଆଜକୁ  କିଣିବାକୁ ଆଗ୍ରହ ପ୍ରକାଶ ନକରିବାରୁ ପାଖପାଖି ୩୪୦୦୦ ଟନ ପିଆଜକୁ ସରକାର ଲାଭ କ୍ଷତିକୁ ହିସାବ ନ କରି ୨୫ ଟଙ୍କା ଦରରେ ବିକ୍ରି କରିବେ ବୋଲି ଯୋଜନା କରିଛନ୍ତି ।

ଏଗୁଡ଼ିକୁ ଶେଷ କରିବାକୁ ସରକାର ବିଭିନ୍ନ ଉପାୟ କରୁଛନ୍ତି। ଶସ୍ତାରେ ବିକ୍ରୟ କରିବା ଛଡ଼ା ଏହି ପିଆଜଗୁଡ଼ିକୁ ପଡ଼ୋଶୀ ଦେଶ ବାଂଲାଦେଶ, ଶ୍ରୀଲଙ୍କା, ନେପାଳ ଏବଂ ମାଳଦ୍ୱୀପକୁ ରପ୍ତାନି କରିବାକୁ ସ୍ଥିର କରାଯାଇଛି।

ଜାନୁଆରି ୧୬ ତାରିଖ ସୁଦ୍ଧା ସରକାରଙ୍କ ପାଖରେ ୨୨୦୦୦ ଟନ୍ ବିଦେଶୀ ପିଆଜ ଗଚ୍ଛିତ ଥିଲା। ଜାନୁଆରି ୨୫ ତାରିଖରେ ଆଉ ୮୦୦୦ ରୁ ୯୦୦୦ ଟନ୍ ବିଦେଶୀ ପିଆଜ ଆସି ପହଞ୍ଚିବ। ଏହାଛଡ଼ା ଜାନୁଆରି ଶେଷ ବେଳକୁ ଆହୁରି ୫୦୦୦ ରୁ ୬୦୦୦ ଟନ୍ ବିଦେଶୀ ପିଆଜ ଆସିବ। ‘ନାଫେଡ୍’କୁ ୨୦୦୦ ଟନ୍, ଆନ୍ଧ୍ରପ୍ରଦେଶକୁ ୯୦୦ ଟନ୍, ଉତ୍ତରପ୍ରଦେଶକୁ ୨୨୦ ଟନ୍, ତେଲେଙ୍ଗାନାକୁ ୧୨୦ ଟନ୍, ପଶ୍ଚିମବଙ୍ଗକୁ ୧୨୫ ଟନ୍ ଏବଂ ଉତ୍ତରାଖଣ୍ଡକୁ ୨୬୫ ଟନ୍ ବିଦେଶୀ ପିଆଜ ବିକ୍ରୟ କରିବାରେ ସମର୍ଥ ହୋଇଛନ୍ତି