OnaKhabar

ଜଗତସିଂହପୁରରେ ସଡକ ସୁରକ୍ଷା ସପ୍ତାହ ପାଳନ ଉତ୍ସବ

15

ଜଗତସିଂହପୁର:(ପ୍ରତାପ କୁମାର ସିଂହ)- ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ପୂର୍ବାହ୍ନରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଠାରୁ ଏକ ବାଇକ୍ ରାଲି ବାହାରି ଜୟପୁର, ତିର୍ତ୍ତୋଲ, ରଘୁନାଥପୁର ଓ ବିରିଡି ଦେଇ ଜଗତସିଂହପୁର ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା।ଏହି ବାଇକ ରାଲିକୁ ଆରକ୍ଷୀ ଅଧିକ୍ଷକ ପ୍ରକାଶ ଆର ପତାକା ଦେଖାଇ ଉଦଘାଟନ କରିଥିଲେ। ଏହି ଶୋଭାଯାତ୍ରାରେ ପୋଲିସ ଓ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର କର୍ମଚାରୀମାନେ ସାମିଲ ହୋଇ ସଡ଼କ ସୁରକ୍ଷା ସଚେତନତା ବାର୍ତ୍ତା ପ୍ରଚାର କରିଥିଲେ। ସଡ଼କ ସୁରକ୍ଷା ସମ୍ପର୍କରେ ସଡ଼କ ସୁରକ୍ଷା ସଚେତନ ରଥ ଜିଲ୍ଲା ପରିକ୍ରମା କରି ଜନସାଧାରଣଙ୍କୁ ସଚେତନ କରାଉଛି।

ଏହି ଅବସରରେ ସଡ଼କ ଦୁର୍ଘଟଣାରେ ସହାୟତା କରି ଜୀବନ ବଂଚାଇଥିବା ଓଡିଶ ଗ୍ରାମର ମାନସ କୁମାର ପୁହାଣଙ୍କୁ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରକାଶ ଆର୍ ଦୁଇହଜାର ଟଙ୍କାର ଚେକ୍ ପ୍ରଦାନ କରିଥିଲେ।ଏହି ସଚେତନତା କାର୍ଯ୍ୟକ୍ରମରେ ଆଞ୍ଚଳିକ ପରିବହନ ଅଧିକାରୀ ପ୍ରତାପ କୁମାର ପଣ୍ଡା, ମୋଟର ଯାନ ନିରୀକ୍ଷକ, ଟ୍ରାଫିକ ଇନିସପେକ୍ଟର, ଆରକ୍ଷୀ ନିରୀକ୍ଷକ ରଜନୀକାନ୍ତ ମିଶ୍ର, ରିଜର୍ଭ ଇନିସପେକ୍ଟର ସତ୍ୟକାମ ମନୋରଞ୍ଜନ ଜେନା, ଜିଲ୍ଲା ସୁଚନା ଓ ଲୋକସମ୍ପର୍କ ଅଧିକାରୀ କାମିନିରଞ୍ଜନ ପଟନାୟକ ଓ ଜନସାଧାରଣ ଉପସ୍ଥିତ ଥିଲେ।