OnaKhabar

ହେଲମେଟ ପିନ୍ଧି ବାଇକ ଚାଳକଙ୍କୁ ଏସପିଙ୍କ ଗୋଲାପ ଫୁଲ ପ୍ରଦାନ

28

ନବରଙ୍ଗପୁର: ଏସପିଙ୍କ ଟ୍ରାଫିକ ନିୟମ ପାଳନ ର ସଚେତନତା ବାର୍ତ୍ତା । ସଚେତନତା ପାଇଁ ଫାଇନ ବଦଳରେ ଏସପି ବାଣ୍ଟିଲେ ଗୋଲାପ । ସାରା ଦେଶରେ ଟ୍ରାଫିକ ନିୟମ ଖିଲାପ କାରୀଙ୍କୁ ଦଣ୍ଡ କୁ ନେଇ ହଟଚମଟ ମଧ୍ୟରେ ନବରଙ୍ଗପୁର ଏସପି ସଚେତନତା କୁ ଗୁରୁତ୍ୱ ଦେଇ ସାଉଁଟିଲେ ପ୍ରଶଂସା । ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ନବରଙ୍ଗପୁର ଠାରେ ଭିନ୍ନ ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା । ନବରଙ୍ଗପୁର ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ଲୋକଙ୍କୁ ଟ୍ରାଫିକ ନିୟମ ବାବଦରେ ଅଧିକ ସଚେତନ କରାଇବାର ଆବଶ୍ୟକ ରହିଛି ତେଣୁ ଟ୍ରାଫିକ ନିୟମ ଖିଲାପ କାରୀଙ୍କୁ ଆର୍ଥିକ ଚାଲାଣ ଦଣ୍ଡ ବଦଳରେ ସଚେତନ କରିବାର ଆବଶ୍ୟକତା ରହିଛି । ଏ ବିଷୟକୁ ବେସ ହୃଦୟଙ୍ଗମ କରିଛନ୍ତି ନବରଙ୍ଗପୁର ଏସପି ନିତିନ କୁଶଲକର । ଲୋକ ଙ୍କୁ ଗାଡି ଚାଳନା ସମୟରେ ଟ୍ରାଫିକ ନିୟମ ପାଳନ କରିବା ପାଇଁ ସଚେତନ କରାଇବାର ଭାର ନେଇଥିଲେ ନବରଙ୍ଗପୁର ଏସପି ନିତିନ କୁଶଲକର । ସହର ମଧ୍ୟରେ ବାଇକ ରେ ଯାତାୟାତ କରୁଥିବା ଗାଡି ଚାଳକ ଯେଉଁ ମାନେ ଟ୍ରାଫିକ ନିୟମ ପାଳନ କରି ହେଲମେଟ ପିନ୍ଧି ବାଇକ ଚାଳନା ଓ ସିଟ ବେଲ୍ଟ ପିନ୍ଧି କାର ଚାଳନା କରିଥିଲେ ସେମାନଙ୍କୁ ଗୋଲାପ ଫୁଲ ବଣ୍ଟନ କରିଥିଲେ । ଆଉ ଯେଉଁ ମାନେ ହେଲମେଟ ପରିଧାନ କରିନଥିଲେ ସେମାନଙ୍କୁ ହେଲମେଟ ପ୍ରଦାନ କରିଥିଲେ ଏବଂ କାର ଚାଳକଙ୍କୁ ସିଟ ବେଲ୍ଟ ପରିଧାନ କରି କାର ଚଲାଇବା ପାଇଁ ପରାମର୍ଶ ଦେଇଥିଲେ । ଏହି ଅବସରରେ ସ୍କୁଲ ଛାତ୍ର ଛାତ୍ରୀ ଙ୍କୁ ନେଇ ସହର ମଧ୍ୟରେ ଏକ ସଚେତନତା ରାଲ୍ଲୀ ମଧ୍ୟ ଅନୁଷ୍ଠିତ ହୋଇଥିଲା ।