OnaKhabar

ପ୍ରାଥମିକ ଚିକିତ୍ସା ପ୍ରଦର୍ଶନି ପ୍ରତିଯୋଗିତା

2

ବଲାଙ୍ଗିର,(ଦେବାଶିଷ ମିଶ୍ର): ସ୍ଥାନୀୟ ରାଜେନ୍ଦ୍ର ଅଟୋନମସ କଲେଜରେ ଭାରତୀୟ ରେଡକ୍ରସ ସୋସାଇଟିର ୧୦୦ତମ ପୁର୍ତ୍ତି ଅବସରରେ ବଲାଙ୍ଗିର ଜିଲ୍ଲାସ୍ତରୀୟ ଯୁବ ରେଡକ୍ରସ ସ୍ୱେଚ୍ଛାସେବୀମାନଙ୍କ ମଧ୍ୟରେ ପ୍ରାଥମିକ ଚିକିତ୍ସା ପ୍ରଦର୍ଶନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଜରୁରିକାଳୀନ ଅଧିକାରୀ ଶଙ୍କର୍ଷଣ ପଧାନଙ୍କର ତତ୍ତ୍ୱାବଧାନ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ପରୀକ୍ଷିତ ସେଠୀ ଯୋଗଦାନ ଦେଇ ବର୍ତ୍ତମାନ ପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିଜ ପାଇଁ ଓ ସମାଜ ପାଇଁ ପ୍ରାଥମିକ ଚିକିତ୍ସା ବିଷୟରେ ଜ୍ଞାନ ରହିବା ନିତାନ୍ତ ଆବଶ୍ୟକତା ଅଛି ବୋଲି ମତ ପରିପ୍ରକାଶ କରିଥିଲେ । ତତ୍‌ପରେ ଜିଲ୍ଲାର ବିଭିନ୍ନ କଲେଜରୁ ଆସିଥିବା ଯୁବ ରେଡକ୍ରସ ସ୍ୱେଚ୍ଛାସେବୀମାନେ ଦଳଗତ ଭାବରେ ପ୍ରାଥମିକ ଚିକିତ୍ସା ପ୍ରଦର୍ଶନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବିଚାରକ ଭାବରେ ଜିଲ୍ଲା ଯୁବ ରେଡକ୍ରସ ସଂଯୋଜକ ଗୋପାଳ ବେହେରା, ଫାଷ୍ଟଏଡର ରାମ ନାରାୟଣ ଦାଶ ଓ କାଉନସେଲର ସତ୍ୟନାରାୟଣ ବଗର୍ତ୍ତୀ କାର୍ଯ୍ୟ ତୁଳାଇଥିଲେ । କାର୍ଯ୍ୟକ୍ରମରେ କାଉନସେଲର ଦୈତାରି ପୁଝାରୀ, ରଶ୍ମିନାରାୟଣ ସ୍ୱାଇଁ, ଚିତ୍ତ ରଂଜନ ପରିଡା, ମଳୟ ରଣା ତଥା ଜିଲ୍ଲା ରେଡକ୍ରସ କାର୍ଯ୍ୟାଳୟର ବରିଷ୍ଠ ସହାୟକ ଅଶୋକ କୁମାର ମିଶ୍ର ଉପସ୍ଥିତ ରହି ସହଯୋଗ କରିଥିଲେ । ଜିଲ୍ଲା ଯୁବ ରେଡକ୍ରସ ଆବାହକ ମଦନ ମୋହନ ପ୍ରଧାନ ମଞ୍ଚ ପରିଚାଳନା କରିବା ସହିତ ଧନ୍ୟବାଦ ଦେଇଥିଲେ ।