OnaKhabar

ମଦ ନେଇଗଲା ଜୀବନ

22

ବାରିପଦା: ମଦ ନିଶା ସାଜିଲା କାଳ । ମଦ କିଣିବାକୁ ଯାଇ ଚାଲିଗଲା ଜୀବନ ।ସାମାନ୍ୟ କଳି ରୁ ଆକ୍ରମଣ କରି ପୋଖରୀରେ ଫିଙ୍ଗିଦେଲେ ଦୁର୍ବୃତ୍ତ। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତରଙ୍କୁ କଟକ ବଡ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଛି। ଘଟଣାଟି ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ ନୂଆଗାଁ ଗ୍ରାମରେ। ମୃତକ ଜଣକ ହେଲେ ରାଧାକୃଷ୍ଣ ବାରିକ ଏବଂ ଗୁରୁତର ଜଣକ ହେଲେ ଶରତ ବାରିକ। ଗତକାଲି ସନ୍ଧ୍ୟାରେ ଗାଁର ରାଧାକୃଷ୍ଣ ଓ ଶରତ ଗାଁ ପାଖ ମଦ ଭାଟିକୁ ଯାଇଥିଲେ। ଛପି ରହିଥିବା ଦୁର୍ବୃତ୍ତମାନେ ଆସି ପ୍ରଥମେ ରାଧାକୃଷ୍ଣଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଏହା ଦେଖି ଶରତ ଦୁର୍ବୃତ୍ତମାନଙ୍କୁ ପ୍ରତିରୋଧ କରିବାରୁ ତାଙ୍କୁ ମଧ୍ୟ ମାଡ଼ ମାରିଥିଲେ। ଏହାପରେ ଦୁର୍ବୃତ୍ତମାନେ ଶରତ ଓ ରାଧାକୃଷ୍ଣଙ୍କୁ ନିକଟରେ ଥିବା ପୋଖରୀରେ ଫିଙ୍ଗି ଫେରାର୍ ହୋଇଯାଇଥିଲେ।
ଖବର ପାଇ ରାଧାକୃଷ୍ଣ ଓ ଶରତଙ୍କ ପରିବାର ଓ ଗାଁ ଲୋକେ ପୋଖରୀରୁ ଉଭୟଙ୍କୁ ଉଦ୍ଧାର କରିଥିଲେ। ଘଟଣା ସ୍ଥଳରେ ରାଧାକୃଷ୍ଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶରତଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭତ୍ତି କରାଯାଇଛି। ପୁଲିସ୍ ଏହି ଘଟଣାର ତଦନ୍ତ କରୁଥିବା ବେଳେ ଦୁଇ ଜଣଙ୍କୁ ଅଟକ ରହିଛି। ଏହି ଆକ୍ରମଣ ପଛରେ ପୂର୍ବ ଶତ୍ରୁତା ଥିବାର ଅନୁମାନ କରାଯାଉଛି ।