OnaKhabar

କଂଗ୍ରେସ ଭବନରେ ହାଇଭୋଲଟେଜ ଡ୍ରାମା  

14

ଭୁବନେଶ୍ୱର: ରାଜ୍ୟ କଂଗ୍ରେସ ଭବନ ପରିସରରେ ୨୦୧୯ ସାଧାରଣ ନିର୍ବାଚନ ପରବର୍ତ୍ତୀ ସମୀକ୍ଷା ଚାଲିଥିବା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ କଥା କଟାକଟି ହୋଇଥିଲା। ଯାହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏସବୁ ଗଣ୍ଡଗୋଳ ହୋହଲ୍ଲା ଚାଲିଥିବା ବେଳେ କଂଗ୍ରେସ ଭବନ ଭିତରେ ବାଉଁଶରମାନଙ୍କୁ ଦେଖିବାକୁ ମିଳିଥିଲା କଂଗ୍ରେସ ଭବନ ଭିତରେ ଏଭଳି ଦୃଶ୍ୟ ପ୍ରଥମ ଥର ଦେଖିବାକୁ ମିଳିଲା ।

କଂଗ୍ରେସ ଭବନରେ ଦୁର୍ବ୍ୟବହାର ପ୍ରତିବାଦରେ ସମର୍ଥକଙ୍କ ସହ ଛାତ୍ର କଂଗ୍ରେସର ପୂର୍ବତନ ଆବାହକ ଇତିଶ ପ୍ରଧାନ ଧାରଣାରେ ବସିବା ସହ ନାରାବାଜି କରିଛନ୍ତି। ଭିତରେ ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ଅନ୍ୟ କେନ୍ଦ୍ର ନେତୃବୃନ୍ଦ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରୁଥିବା ଜଣାପଡ଼ିଛି। ତେବେ ଇତିଶଙ୍କ ସମର୍ଥକ କଂଗ୍ରେସ ଭବନ ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିବା ସୂଚନା ମିଳିଛି।