OnaKhabar

ସମୀର ହେଲେ ରାଜ୍ୟ ବିଜେପି ସଭାପତି

12

ଭୁବନେଶ୍ୱର: ବିଜେପି ରାଜ୍ୟସଭାପତି ପଦ ପାଇଁ ଲାଗିରହିଥିବା କଥାର ଅନ୍ତଘଟିଛି । ସମୀର ମହାନ୍ତି ସଭାପତି ଭାବେ ମନୋନୀତ ହେବା ଏକରକମର ସ୍ଥିର ହୋଇଯାଇଛି । ସହମତି ଭିତ୍ତିରେ ତାଙ୍କୁ ଚୟନ କରାଯାଇଥିବା ଜଣାପଡ଼ିଛି । ୧୭ ତାରିଖରେ ରାଜ୍ୟ ସଭାପତି ପଦ ପାଇଁ ନିର୍ବାଚନ ହେବାର ଥିଲା । ୧୬ ତାରିଖ ଦିନ ୩ଟାରୁ ୫ଟା ଯାଏଁ ନାମାଙ୍କ ପତ୍ର ଦାଖଲ ପ୍ରତ୍ୟାହାର ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା । ଯଦି ଏକାଧିକ ପ୍ରାର୍ଥୀ ବାହାରନ୍ତି ତାହାହେଲେ ୧୭ ତାରିଖ ସକାଳ ୧୦ଟାରେ ଭୋଟିଂ ହେବାପାଇଁ ବ୍ୟବସ୍ଥା କରାଯାଇଥିଲା ।
ସଭାପତି ରେସରେ ସମୀର ମହାନ୍ତି, କେ.ଭି. ସିଂଦେଓ, ପୃଥ୍ବୀରାଜ ହରିଚନ୍ଦନ, ଜୟନାରାୟଣ ମିଶ୍ର ଆଦି ନେତାଙ୍କ ନାଁ ଚର୍ଚ୍ଚାରେ ରହିଥିଲା । ମାତ୍ର ସର୍ବ ସମ୍ମତି କ୍ରମେ ସମୀର ମହାନ୍ତିଙ୍କୁ ସଭାପତି ଭାବେ ଚୟନ କରାଯାଇଥିବା ଜଣାପଡ଼ିଛି ।