OnaKhabar

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

157

ବ୍ରହ୍ମପୁର: ଦିନକୁ ଦିନ ଦୁଷ୍କର୍ମ ସଂଖ୍ୟା ବଢିବାରେ ଲାଗିଛି । ଝିଅଟି କେଉଁଠି ବି ସୁରକ୍ଷିତ ନୁହେଁ । ଘରେ ନୁହେଁ କି ବାହାରେ ମଧ୍ୟ ନୁହେଁ । ଘରେ କେବେ ବାପା , ଭାଇ, ଦାଦା , ମାମୁଁ ଏମାନେ ଦୁଷ୍କର୍ମ କରିଥାଆନ୍ତି ତ କେବେ ବାହାରେ ଶିକ୍ଷକ କିମ୍ବା ଅଜଣା ଲୋକଙ୍କ ଦ୍ୱାରା ମଧ୍ୟ ଦୁଷ୍କର୍ମର ଶିକାର ହୋଇଥାଏ । ତେବେ ଏଭଳି ଏକ ଲଜ୍ଜା ଜନକ ଘଟଣା ବ୍ରହ୍ମପୁର ଅଞ୍ଚଳରେ ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ, ଜାନୁୟାରୀ ୧୦ ତାରିଖ ଦିନ ୧୪ ବର୍ଷର ନାବାଳିକା ଜଣକ ଶୌଚ ହେବାକୁ ନଦୀ କୂଳକୁ ଯାଇଥିବା ବେଳେ ସେହି ଗାଁର ଜନାର୍ଦ୍ଦନ ବେହେରା ଓ ତାଙ୍କ ସାଙ୍ଗ ମିଥୁନ ଦାସ ନାବାଳିକାକୁ ଜୋର ଜବରଦସ୍ତ ଓଢଣିରେ ବାନ୍ଧିବା ପରେ ନିଶା ଦ୍ରବ୍ୟ ମିଶିଥିବା ଏକ ପାନୀୟ ପିଆଇ ଦୁଷ୍କର୍ମ କରି ଫେରାର ହୋଇଯାଇଥିଲେ । ପୀଡ଼ିତା ଚେତା ଫେରି ପାଇବା ପରେ ଘରେ ଆସି ଏ ସମ୍ପର୍କରେ କହିଥିଲେ । ପରେ ଝିଅର ପରିବାର ଲୋକ ମେରାଇନ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଏହି ଘଟଣାରେ ତଦନ୍ତ କରି ଗତକାଲି ଦୁଇଜଣଙ୍କୁ ଗିରଫ କରିଥିବା ଜଣାପଡିଛି । ଦୁଇ ଅଭିଯୁକ୍ତଙ୍କ ନାମରେ ପୋସକୋ ଆଇନରେ ମାମଲା ରୁଜୁ କରିଛି ପୋଲିସ । ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।