OnaKhabar

ଆଜି ସେନା ଦିବସ

6

ନୂଆଦିଲ୍ଲୀ: ଆଜି ସେନା ଦିବସ । ଭାରତ ଆଜି ୭୨ତମ ସେନା ଦିବସ ପାଳନ କରୁଛି । ଏହି ଅବସରରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ ବିପିନ ରାୱତଙ୍କ ସହ ତିନି ସେନାର ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱାଣେ, ବାୟୁସେନା ମୁଖ୍ୟ ମାର୍ଶଲ ଆରକେଏସ୍ ଭଦୌରିଆ ଏବଂ ନୌସେନା ମୁଖ୍ୟ ଆଡମିରାଲ କରମବୀର ସିଂହ ଆଜି ସକାଳେ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକ ନିକଟରେ ପହଁଚି ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ।

1949ରେ ଆଜିର ଦିନରେ ଭାରତରେ ଅନ୍ତିମ ବ୍ରିଟିସ୍‌ କମାଣ୍ଡର ଇନ୍‌ ଚିଫ୍‌ ଜେନେରାଲ ଫ୍ରାନ୍ସିସ୍‌ ବୁଚରଙ୍କ ସ୍ଥାନରେ ତତ୍‌କାଳୀନ ଲେପ୍ଟନାଣ୍ଟ ଜେନେରାଳ କେ.ଏମ କାରିୟପ୍ପା ଭାରତୀୟ କମାଣ୍ଡର ଇନ୍‌ ଚିଫ୍‌  ହୋଇଥିଲେ ।  କାରିୟପ୍ପା ପରେ ଫିଲ୍ଡ ମାର୍ଶାଲ ମଧ୍ୟ ହୋଇଥିଲେ । ସ୍ଥଳ ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱାଣେ ସ୍ଥଳସେନାର ସମସ୍ତ ସୈନିକଙ୍କ ପରିବାର, ଭାରତୀୟ ସଶସ୍ତ୍ର ବାହିନୀ, ବୀର ନାରୀ, ସୈନିକଙ୍କୁ ସୈନ୍ୟ ଦିବସର ଶୁଭକାମନା ଜଣାଇବା ସହ ସମସ୍ତଙ୍କୁ ସଫଳତା, ଯଶ ଓ ଗୌରବ ବୃଦ୍ଧିର ଶୁଭକାମନା ଜଣାଇଛନ୍ତି । ଭାରତୀୟ ସେନାର ଗଠନ ୧୭୭୬ରେ ଇଷ୍ଟ ଇଣ୍ଡିଆ କମ୍ପାନୀ କୋଲକାତାରେ ହୋଇଥିଲା । ଭାରତୀୟ ସ୍ଥଳ ସେନାର ଶୁଭାରମ୍ଭ ଇଷ୍ଟ ଇଣ୍ଡିଆ କମ୍ପାନୀର ସୈନ୍ୟର ଏକ ଅଂଶ ରୂପରେ ଗଠନ କରାଯାଇଥିଲା । ଏହା ପରେ ବ୍ରିଟିଶ୍ ଭାରତୀୟ ସେନା ରୂପରେ ପରିଣତ ହୋଇଥିଲା ଏବଂ ସ୍ଥଳ ସେନା ରୂପରେ ନାମିତ ହୋଇଥିଲା ।