OnaKhabar

ଜାଣନ୍ତୁ ପଇଡ଼ ପାଣି ର ଉପକାରିତା

24

ଭୁବନେଶ୍ୱର: ପଇଡ କୁ ଶ୍ରିଫଳ ବୋଲି କୁହାଯାଇଥାଏ । ପ୍ରତ୍ୟକ ଶୁଭ କାର୍ଯ୍ୟରେ ପଇଡ ର ବ୍ୟବହାର ଆପଣମାନେ ମଧ୍ୟ ଜାଣିଥିବେ । ବଜାରରେ ଯେତେ ବି ପାନୀୟ ମିଳୁଛି ସବୁଠାରୁ ଶରୀର ପାଇଁ ଲାଭଦାୟକ ହେଉଛି ପଇଡ଼ ପାଣି । ପଇଡ଼ ପାଣିରେ ଆଣ୍ଟିଅକ୍ସିଡ଼ାଣ୍ଟ, ଭିଟାମିନ୍-ସି, ବି-କମ୍ଲେକ୍ସ ସହିତ ଅନ୍ୟ ଜରୁରୀ ପୋଷକ ତତ୍ତ୍ୱ ରହିୁଛି।

କେବଳ ଖରାଦିନେ ନୁହେଁ, ଯେ କୌଣସି ଋତୁରେ ଆପଣ ଏହାକୁ ପିଇ ପାରିବେ। ଏବେ ଆସନ୍ତୁ ଜାଣିବା ଏଥିରୁ ଶରୀରକୁ ମିଳୁଥିବା ଫାଇଦା ବିଷୟରେ। ପଇଡ଼ ପାଣିରେ ଆଣ୍ଟିଅକ୍ସିଡ଼ାଣ୍ଟର ମାତ୍ରା ଅଧିକ ପରିମାଣରେ ରହିଥାଏ, ଯାହା ରକ୍ତ ସଞ୍ଚାଳନକୁ ଠିକ୍ ରଖିଥାଏ। ଯେଉଁ ଲୋକମାନେ ନିଜ ଓଜନକୁ ନେଇ ଚିନ୍ତିତ ଅଛନ୍ତି ସେମାନଙ୍କୁ ପଇଡ଼ ପାଣି ପିଇବା ନିହାତିଦରକାର । ପ୍ରତିଦିନ ଏହାକୁ ପିଇବା ଦ୍ୱାରା ଓଜନ ନିୟନ୍ତ୍ରଣରେ ରହିଥାଏ।

ଶରୀରରେ କୋଲେଷ୍ଟ୍ରଲର ପରିମାଣ ବଢ଼ିବା ଦ୍ୱାରା ହୃଦୟ ସହ ଜଡ଼ିତ ଅନେକ ରୋଗ ସୃଷ୍ଟି ହୋଇଥାଏ । ଏଥିରୁ ମୁକ୍ତି ପାଇବା ପାଇଁ ନିଜ ଡାଏଟ୍ରେ ପଇଡ଼ ପାଣିକୁନିଶ୍ଚିନ୍ତ ସାମିଲ କରନ୍ତୁ । ଏହା ଫ୍ୟାଟ୍ ଫ୍ରି ହୋଇଥିବାରୁ ଖୁବ୍ ଶୀଘ୍ର କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିଥାଏ । ମଦ ପିଇବା ପରେ କିଛି ଲୋକଙ୍କର ମୁଣ୍ଡ ବ୍ୟଥା ହେବାକୁ ଲାଗିଥାଏ ।ଏଥିରୁ ତୁରନ୍ତ ମୁକ୍ତି ପାଇବା ପାଇଁ ପଇଡ଼ ପାଣି ପିଇବା ଅତ୍ୟନ୍ତ ଲାଭଦାୟକ ।