OnaKhabar

କଳାହାଣ୍ଡି ଉତ୍ସବ ଘୁମୁରା ଉଦଘାଟିତ

8

କଳାହାଣ୍ଡି : କଳା,ସଂସ୍କୃତି,ଐତିହ୍ୟ ଓ ଲୋକ ପରମ୍ପରାର ବାର୍ତ୍ତାବହ ତଥା ବିକାଶ ବାର୍ତ୍ତା ବହର ଲୋକମହୋତ୍ସବ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୦ ଭବାନିପାଟଣା ରେଣ୍ଡୋ ମାଝି ମଞ୍ଚରେ ମହା ସମାରୋହରେ ଉଦଘଟିତ ହୋଇଯାଇଛି । କଳାହାଣ୍ଡି ର ଲୋକ ମହୋତ୍ସବ ଗତ ୧୪ତାରିଖ ରୁ ଆରମ୍ଭ ହୋଇ ୧୭ତାରିଖ ସଂଧ୍ୟାରେ ଶେଷ ହେବାର କାର‌୍ୟ୍ୟକ୍ରମ ରହିଛି । ଏ ହି ମହୋତ୍ସବ ଜିଲ୍ଲାରେ ନୁହେଁ ରାଜ୍ୟ ଓ ଦେଶ ତଥା ଦେଶ ବାହାରେ ଏହି କଳାହାଣ୍ଡି ଉତ୍ସବ ର ଗାରିମା,ମର୍ଯ୍ୟଦା ତଥା ସୁନାମ ରହିଛି ।

୪ଦିନ ଧରି ଚାଲିବାକୁଥିବା ଏହି ଉତ୍ସବର ପ୍ରଥମ ସଂଧ୍ୟାର ଉଦଘାଟନ ଉତ୍ସବରେ ମୁଖ୍ୟଅତିଥି ଭାବେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଏବଂ ଧର୍ମଗଡ଼ ବିଧାୟକ ମୋଷଧି ଲାଞ୍ଜିଗଡ଼ ବିଧାୟକ ପ୍ରତିପ କୁମାର ଦିଶରୀ ସମେତ ଜିଲ୍ଲାପାଳ ଗଭାଲ ପରାଗ ହର୍ଷଦ ପ୍ରମୁଖ ଯୋଗଦେଇ ଏହି ଲୋକମହୋତ୍ସବ ସମଗ୍ର ରାଜ୍ୟରେ ବେଶ ପ୍ରସଶଂନୀୟ ହେବା ସହିତ କଳାହାଣ୍ଡି ଜିଲ୍ଲାର ଲୁକ୍କାଇତ ପ୍ରତିଭା ମାନଙ୍କୁ ମଞ୍ଚରେ ମାନ୍ୟତା ଦେଉଥିବାରୁ ଉତ୍ସବ କମିଟି କୁ ଅତିଥିମାନେ ସାଧୁବାଦ ଦେଇଥିଲେ ।

ଚାରିଦିନ ଧରି ଚାଲିବାକୁ ଥିବା ଏହି ଲୋକମହୋତ୍ସବ କଳାହାଣ୍ଡି ଉତ୍ସବରେ ରାଜ୍ୟ ଓ ରାଜ୍ୟ ବାହାରର ଦଳ ଅଂଶଗ୍ରହଣ କରୁଥିବା ବେଳେ ପ୍ରାୟ ଶହ ଶହ କଳାକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ । ଉତ୍ସବ ପଡିଆରେ ୩୦୦ ରୁ ଉର୍ଦ୍ଧ ଷ୍ଠଲ ବ୍ୟତିତ ସରକାରି ଓ ବେସରକାରି ଷ୍ଟଲ ବ୍ୟତିତ ରାଜ୍ୟ ବାହାରର ଷ୍ଟଲରେ ଲୋକଙ୍କ ଭିଜ ଜମିଥିବା ବେଳେ ପଲ୍ଲିଶ୍ରୀ ମେଳାର ଷ୍ଟଲ ଲୋକଙ୍କୁ ବେଶ ଆକୃଷ୍ଟ କରୁଛି । ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ କଳାହାଣ୍ଡି ର ଘୁମୁରା,ଭୁବନେଶ୍ୱର ର ଓଡିଶୀ,ତେଲେଙ୍ଗାନ ରାଜ୍ୟର ଲୋକନୃତ୍ୟ ସମେତ ଜିଲ୍ଲାର ବହୁ ସାଂସ୍କୃତିକ ଦଳ ତାଙ୍କର କଳା ପରିବେଷଣ କରିଥିଲେ । ଏହି ମଞ୍ଚରେ ନିଜର କଳା ପଦର୍ଶନ କରି କଳାକାର ମାନେ ବେଶ ଉତ୍ସାହିତ ହୋଇଥିବା ବେଳେ ଉତ୍ସବ ମାଧ୍ୟମରେ ବହୁତ ଜିନିଷ ଶିଖିବା ସହିତ କଳାକାରଙ୍କ ମଧ୍ୟ ଭାଇଚାରା ବଢିବା ସହିତ ଭାବର ଆଦନ ପ୍ରଦାନ ହୋଇ ପାରୁଛି ବୋଲି କଳାକାର ମାନେ କହିଛନ୍ତି । ଏହି ଉତ୍ସବରେ କଳାହାଣ୍ଡି ଜିଲ୍ଲା ସମେତ ପଡୋଶି ନବରଙ୍ଗପୁର,ବଳାଙ୍ଗିର ଓ ନୁଆପଡା ସହ ପଡୋଶି ଛତିଶଗଡ ରାଜ୍ୟର ହଜାର ହଜାର ଦର୍ଶକ ସମାଗମ ହୋଇ ମନଭରି ଉପଭୋଗ କରିବା ସହିତ ଚଟପଟି ଖାଦ୍ୟର ବେଶ ମଜା ନେଉଥିଲେ ଦର୍ଶକ, ଏହି କଳାହାଣ୍ଡି ଉତ୍ସବ ଘୁମୁରା -୨୦୨୦ ରେ ଲକ୍ଷାଧିକ ଦର୍ଶକଙ୍କ ଭିଡକୁ ଆଖିଆଗରେ ରଖି ଜିଲ୍ଲା ପୋଲିସ ପକ୍ଷରୁ ସୁରକ୍ଷା କଡାକଡି କରାଯାଇଛି।

ଐ୍ୟତିହାସିକ ଓ ସାସ୍କୃତିକ ଭାବଧାରାକୁ ବହନ କରୁଥିବା ଲୋକପରମ୍ପରା ତଥା ବିକାଶର ବର୍ତ୍ତାବହ କଳାହାଣ୍ଡି ଉତ୍ସବ ସମସ୍ତଙ୍କୁ ବେଶ ମନୋରଂଜନ ଦେଇଥିବା ବେଲେ କଳାହାଣ୍ଡି ଲୋପପାଇଯାଉଥିବା ଲୋକନୃତ୍ୟ ତଥା ଆଦିମ ପରମ୍ପରା କୁ ଏହି ଲୋକମହୋତ୍ସବ ମାଧ୍ୟମରେ  କଳାହାଣ୍ଡି ବାସି ପୁଣି ମନେ ପକାଇଥାନ୍ତି ।