OnaKhabar

ଭଙ୍ଗାହେବ ବେଆଇନ କୋଠା

191

ଭୁବନେଶ୍ୱର: ସବୁଆଡେ ବେଆଇନ ଭାବେ କୋଠା ନିର୍ମାଣ କରାଯାଇଛି । ଖାଲି ବେଆଇନ କୋଠା ନୁହେଁ ବହୁ ମହଲା ବିଶିଷ୍ଟ କୋଠା ଗୁଡିକ ମଧ୍ୟ ନିର୍ମାଣ କରାଯାଉଛି । ତେବେ କେରଳର କୋଚି ସମ୍ବେଦନଶୀଳ ଅଞ୍ଚଳରେ ବେଆଇନ କୋଠା ଭଙ୍ଗାଯିବା ପରେ ଏବେ ଭୁବନେଶ୍ୱର ଚିନ୍ତା । କାରଣ ରାଜଧାନୀର ଛାତି ଉପରେ ବି ବେଆଇନ୍ ଭାବେ ଛିଡ଼ା ହୋଇଛି ଏମିତି ଅନେକ ଆପାର୍ଟମେଣ୍ଟ । ଏସବୁକୁ ବି ବିସ୍ଫୋରକ ଦ୍ୱାରା ଭାଙ୍ଗିବ କି ବିଡିଏ? ଏହାକୁ ନେଇ ବିଲଡରଙ୍କ ଛାତିରେ ଛନକା ପଶିଛି ।

ସୂଚନା ଅନୁସାରେ, ଭୁବନେଶ୍ୱରରେ ବିଡିଏ ପକ୍ଷରୁ ପ୍ରାୟ ୬ ହଜାରରୁ ଅଧିକ ବେଆଇନ୍ ନିର୍ମାଣ ମାମଲା ରୁଜୁ ହୋଇଛି । ସେଥିମଧ୍ୟରୁ ୪୩୭ଟି ବେଆଇନ୍ ଉଚ୍ଚ ଅଟ୍ଟାଳିକା ରହିଛି । ଏଥିସହ ସଂଶ୍ଲିଷ୍ଟ ୪୨୩ ଜଣ ବିଲଡରଙ୍କ ବିରୋଧରେ ମାମଲା ବି ରୁଜୁ ହୋଇଛି । ତେବେ ବିଭିନ୍ନ କୋର୍ଟରେ ମାମଲା ବିଚାରାଧୀନ ଥିବାରୁ କାର‌୍ୟ୍ୟାନୁଷ୍ଠାନରେ ବାଧା ଉପୁଜୁଥିବା ବିଡିଏ ଉପାଧ୍ୟକ୍ଷ ପ୍ରେମଚନ୍ଦ୍ର ଚୌଧରୀ ଗଣମାଧ୍ୟମକୁ କହିଛନ୍ତି । ଦରକାର ପଡ଼ିଲେ କୋଚି ଭଳି ଏଠି ବି ଇମ୍ପ୍ଲୋଜନ ମେଥଡରେ ବିଲଡିଂ ଭଙ୍ଗାଯିବ ବୋଲି ସେ ସୂଚନା ଦେଇଛନ୍ତି । ଟାଉନ ପ୍ଲାନରଙ୍କ କହିବା କଥା ହେଉଛି ଯେ, ଯଦି ଭୁବନେଶ୍ୱରରେ ଏତେ ସଂଖ୍ୟକ ବେଆଇନ୍ କୋଠାକୁ ଚିରାଚରିତ ଢଙ୍ଗରେ ଭାଙ୍ଗିବାକୁ ବିଡିଏ ପଦକ୍ଷେପ ନିଏ, ତେବେ ବର୍ଷ ବର୍ଷ ଲାଗିଯିବ । ତେଣୁ ବର୍ତମାନ ସମୟରେ କୋଚି ଭଳି ଭୁବନେଶ୍ୱରରେ ବି ଇମ୍ପ୍ଲୋଜନ ମେଥଡରେ କୋଠା ଭଙ୍ଗାଯିବାର ଆବଶ୍ୟକତା ରହିଛି ।