OnaKhabar

ପଥରରେ ଛେଚି ଯୁବକଙ୍କୁୂ ହତ୍ୟା

9

ଯୋଡ଼ା : ଦିନକୁ ଦିନ ହତ୍ୟା ଆତ୍ମହତ୍ୟା ଭଳି ଘଟଣା ବଢିବାରେ ଲାଗିଛି  । କେବେ ଗୋଷ୍ଠୀ ସଂଘର୍ଷକୁ ନେଇ ହତ୍ୟା ତ କେବେ ପୂର୍ବଶତ୍ରୁତାକୁ କେନ୍ଦ୍ରକରି ହତ୍ୟା କରାଯାଇଥାଏ । ତେବେ ଏଭଳି ଏକ ଅଭାବନୀୟ ଘଟଣା ଯୋଡା ଅଞ୍ଚଳରେ ହୋଇଥିବା ଜଣାପଡିଛି । କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା କାଳିମାଟି ହାଣ୍ତିଭଙ୍ଗା ରାସ୍ତାର ନୂଆହଟିରେ ଜଣେ ଟ୍ରକ୍ ଡ୍ରାଇଭରଙ୍କୁ ପଥରରେ ଛେଚି ହତ୍ୟା କରାଯାଇଛି । ମୃତ ଡ୍ରାଇଭର ହେଲେ ତେଲକୋଇ ଥାନା ଜଗମୋହନପୁର ଗ୍ରାମର ଅଶୋକ କୁମାର ମହାକୁଡ଼ ।

ସୂଚନା ଅନୁଯାୟୀ, ଆଜି ସକାଳେ ସ୍ଥାନୀୟ ଲୋକେ ହାଣ୍ଡିଭଙ୍ଗା ରାସ୍ତାର ଏକ ବୁଦାମୂଳରେ ଅଶୋକଙ୍କ ମୃତଦେହ ପଡ଼ିଥିବା ଦେଖି ପୁଲିସକୁ ଖବର ଦେଇଥିଲେ । ବଡ଼ବିଲ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି । ଅଶୋକଙ୍କୁ କେହି ଦୁର୍ବୃତ୍ତ ପଥର ଛେଚି ଅତି ନିର୍ମମଭାବେ ହତ୍ୟା କରିବା ପରେ ରାସ୍ତାକଡ଼ରେ ଥିବା ବୁଦାମୂଳରେ ତାଙ୍କ ମୃତଦେହ ଲୁଚାଇ ଦେଇଥିବା ପୁଲିସ କହିଛି ।