OnaKhabar

ଅଭିନବ ପ୍ରୟାସ ରେ ସଡକ ସୁରକ୍ଷା ବାର୍ତ୍ତା

6

ଗୁଣୁପୁର :ଗୁଣୁପୁର ପୋଲିସ ଓ ପରିବହନ ବିଭାଗର ଅଭିନବ ପ୍ରୟାସ । ଟ୍ରାଫିକ ନିୟମ ମାନି ଗାଡ଼ି ଚଳାଉଥିବା  ଚାଳକ ଙ୍କୁ ଗୋଲାପ ଫୁଲ ଓ ବିନା ହେଲମେଟ ଚାଳକ ଙ୍କୁ ନିୟମ ମାନିବାକୁ ପରାମର୍ଶ ଦେଇ ସଡକ ସୁରକ୍ଷା ସପ୍ତାହ ପାଳନ କରାଯାଇଛି । ଆଜି ଗୁଣୁପୁର ପୁରୁଣା ବସଷ୍ଟାଣ୍ଡ ଠାରୁ ଏକ ଶୋଭାଯାତ୍ରା ବାହାରି ନୂଆ ବସ ଷ୍ଟାଣ୍ଡ ପର୍ଯ୍ୟନ୍ତ ଆସିଥିଲା । ଏଥିରେ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ର ଛାତ୍ର, ଶିକ୍ଷକ ଶିକ୍ଷୟିତ୍ରୀ, ଗୁଣୁପୁର ମଟର ୟୁନିୟନ, ପୋଲିସ,ପରିବହନ ବିଭାଗର କର୍ମଚାରୀ ମାନେ ସାମିଲ ହୋଇ ସଡକ ସୁରକ୍ଷା, ଟ୍ରାଫିକ ନିୟମ ସମ୍ପର୍କିତ ବିଭିନ୍ନ ପ୍ଲାକାର୍ଡ ଧରି ସଚେତନତା ଅଭିଯାନ ରେ ସାମିଲ ହୋଇଥିଲେ । ଗୁଣୁପୁର ଆଦର୍ଶ ଥାନା ଅଧିକାରୀ ବର୍ତ୍ତମାନ ର ନୂତନ ଟ୍ରାଫିକ ନିୟମ ସମ୍ପର୍କରେ ଜନସାଧାରଣ ଙ୍କୁ ବୁଝାଇଥିଲେ ।

ଧାନକିଣାରେ ଅବ୍ୟବସ୍ଥା: ଚାଷୀ ଘେରଲେ ସିଏସଓ କାର୍ଯ୍ୟାଳୟ