OnaKhabar

ପିଡିଏସ୍ ଚାଉଳ ଚୋରି ଘଟଣା : ୪ ଆରପିଏଫ କର୍ମଚାରୀ ନିଲମ୍ବିତ

68
ଝାରସୁଗୁଡା : ଝାରସୁଗୁଡା ରେଳ ଷ୍ଟେସନରୁ ରେଳ ୱାଗନରୁ ୨୮୮ ବସ୍ତା ପିଡିଏସ୍ ଚାଉଳ ଚୋରି ଘଟଣାରେ ୪ ଆର୍ପିଏଫ୍ କର୍ମଚାରୀଙ୍କୁ ରେଳବାଇ ପକ୍ଷରୁ ନିଳମ୍ବନ କରାଯାଇଛି । ନିଳମ୍ବିତ କର୍ମଚାରୀମାନେ ହେଲେ ପୋଷ୍ଟ କମାଣ୍ଡର ଏଲ.କେ ଦାସ, ଏଏସ୍ଆଇ ଏସ୍.କେ କୁମାର, ଆରୟୁ ଠାକୁର, ଡି ବାର୍ଲ୍ଲା । ଚାଉଳ ଚୋରି ଘଟଣାରେ ଉପରୋକ୍ତ ଅଭିଯୁକ୍ତମାନେ ସମ୍ପୃକ୍ତ ଥିବା ଜଣାପଡ଼ିଲା ପରେ ରେଳ ବାଇ ପକ୍ଷରୁ ସେମାନଙ୍କୁ ନିଳମ୍ବିତ କରାଯାଇଛି ବୋଲି ସୂଚନା ମିଳିଛି । ତେବେ ଏଥିରେ ଜଡ଼ିତ ଥିବା ଚାଉଳ ଚୋରଙ୍କୁ ଧରିବାରେ ଏଯାଏଁ ରେଳବାଇ ପୁଲିସ ଧରିବାରେ ସଫଳ ହୋଇ ନଥିବା ବେଳେ ବିଭାଗୀୟ ତଦନ୍ତ ଜାରି ରଖିଛି ।
ସୂଚନା ଅନୁଯାୟୀ, ଝାରସୁଗୁଡ଼ା ରେଳବାଇ କଲୋନୀର ରାମ ମନ୍ଦିର ନିକଟସ୍ଥ ଏକ ପରିତ୍ୟକ୍ତ ସ୍ଥାନରୁ ଗତ ୮ ତାରିଖ ରାତିରେ ୨୮୮ବସ୍ତା ଚୋରି ହୋଇଥିବା ପିଡିଏସ ଚାଉଳ ରେଳବାଇ ପୁଲିସ ଜବତ କରିଥିଲା । ୫୦ କେଜି ବିଶିଷ୍ଟ ଏହି ଚାଉଳ ବସ୍ତାରେ ଓଡ଼ିଶା ସରକାରଙ୍କ ସିଭିଲ ସପ୍ଲାଇ (ଓଏସ୍ସିଏସ୍ସି ଲିଃ) ଓ ଶ୍ରୀ କ୍ରିର୍ଷ୍ଣା ଏଗ୍ରୋ କେନ୍ଦୁପାଲି ବରଗଡ ଲେଖା ରହିଥିଲା । ତେବେ ଏତେ ପରିମାଣର ସରକାରୀ ଚାଉଳ ରେଳ ୱାଗାନରୁ ଚୋରି ହେବାରେ ରେଳ କର୍ମଚାରୀମାନଙ୍କ ନିଶ୍ଚିତ ସମ୍ପୃକ୍ତି ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ । ଫଳରେ ଘଟଣାକୁ ଗୁରତ୍ୱର ସହ ନେଇ ରେଳବାଇ ପୁଲିସ ଯାଞ୍ଚ ଆରମ୍ଭ କରିଥିଲା ।