OnaKhabar

ଦେଢବର୍ଷର ଶିଶୁ ସହ ଏମିତି କଲେ ବୁଲାକୁକୁର,ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

85

ଫରିଦାବାଦ: କୁକୁରଙ୍କ ଉପଦ୍ରବ ବଢିବାରେ ଲାଗିଛି । କେବେ ପାଗଳ ହୋଇ କାହାକୁ କାମୁଡି ଗୋଡେଇଲେଣି ତ କେଉଁଠି ଛୋଟ ଛୁଆକୁ ଝୁଣି ଖାଇଲେଣି । ଏଭଳି ଏକ ହୃଦୟବିଦାରକ ଘଟଣା ଫରିଦାବାଦରେ ଦେଖିବାକୁ ମିଳିଛି । ଏହି ଘଟଣା ହରିୟାଣାର ଫରିଦାବାଦ ଜିଲ୍ଲା ପଳବଲି ଗ୍ରାମରେ ହୋଇଥିବା ଜଣାପଡିଛି । କିଛି ବାରବୁଲା କୁକୁର ଦେଢ଼ବର୍ଷର ଶିଶୁ ଉପରେ ଆକ୍ରମଣ କରିବା ସହିତ ତାକୁ କ୍ଷତାକ୍ତ କରି ଦେଇଥିଲେ ।

ସୂଚନା ଅନୁସାରେ,ଘର ବାହାରେ ଦେଢ଼ବର୍ଷର ଶିଶୁ ଖେଳୁଥିବା ବେଳେ ୫ଟି ବାରବୁଲା କୁକୁର ଦୌଡ଼ାଦୌଡ଼ି ହୋଇ ଶିଶୁ ଆଡ଼କୁ ମାଡ଼ି ଆସିଥିଲେ । କୁକୁର ନିଜନିଜ ଭିତରେ କାମୁଡ଼ା କାମୁଡ଼ି ହୋଇ ଶିଶୁ ଉପରେ ଆକ୍ରମଣ କରି ତାର ନାକ ଓ ଆଖିର ଉପର ଅଂଶକୁ କାମୁଡ଼ି ରକ୍ତାକ୍ତ କରି ଦେଇଥିଲେ । ଏଥିରେ ଶିଶୁଟି ଗୁରୁତର ଭାବେ ଆହତ ହୋଇପଡ଼ିଥିଲା । ଶିଶୁର କାନ୍ଦ ଓ କୁକୁର ଭୋକିବା ଶୁଣି ପରିବାରଲୋକ ଘର ବାହାରକୁ ଆସି କୁକୁର ହାବୁଡରୁ ଶିଶୁକୁ ବହୁ କଷ୍ଟରେ ଉଦ୍ଧାର କରିଥିଲେ । ଏହାପରେ ପରିବାରଲୋକ ଚିକିତ୍ସା ପାଇଁ ଶିଶୁକୁ ସେକ୍ଟର-୧୬ସ୍ଥିତ ମେଟ୍ରୋ ହସପିଟାଲରେ ଭର୍ତ୍ତି କରାଇଥିଲେ ।

ହସ୍ପିଟାଲରେ ଚାରିଘଣ୍ଟା ଧରି ଦେଢ଼ବର୍ଷ ଶିଶୁର ଅସ୍ତ୍ରୋପଚାର କରାଯିବା ପରେ ତାର ଶରୀରରେ ୨୫୦ଟି ସିଲେଇ ପଡ଼ିଥିଲା ବେଳେ ୧୫୦ଟି ସିଲେଇ ଶିଶୁଟିର ମୁହଁ, ନାକ, ଆଖିରେ ପଡ଼ିଥିଲା । ଶିଶୁଟିର ବାପା ଜଣେ ଅଟୋଚାଳକ ହୋଇଥିବା ବେଳେ ତାଙ୍କ ପକ୍ଷେ ଟଙ୍କାର ଅସୁବିଧା ଥିବା ଜଣାପଡିଛି । ତେବେ ଏନେଇ ପରିବାର ଲୋକଙ୍କର ଆର୍ଥିକସ୍ଥିତ ଠିକ୍ ନଥିବାରୁ ସ୍ଥାନୀୟଲୋକ ଏହି ଘଟଣାକୁ ନେଇ ପୀଡ଼ିତ ପରିବାରକୁ ସାହାୟତା ପାଇଁ ଦାବି କରିଛନ୍ତି ।