OnaKhabar

ମମତାଙ୍କ ଗଡ଼ରେ ଗର୍ଜିଲେ ମୋଦି

12

କୋଲକତା: ସାରା ଦେଶ ଆଜି ରାଷ୍ଟ୍ରୀୟ ଯୁବ ଦିବସ ପାଳନ କରୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଲକାତାରେ ହୁଗଲୀ ନଦୀ କୂଳରେ ଥିବା ରାମକୃଷ୍ଣ ମିଶର ମୁଖ୍ୟାଳୟ ବେଲୁର ମଠରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଛାତ୍ରଛାତ୍ରୀଙ୍କୁ ସମ୍ୱୋଧିତ କରି ଅନେକ ପ୍ରସଙ୍ଗ ଉପରେ ନିଜର ବିଚାର ବ୍ୟକ୍ତ କରିଛନ୍ତି । ନିଜର ସମ୍ୱୋଧନରେ ସେ ନାଗରିକତା ସଂଶୋଧନ ଆଇନ କଥା ଉଲ୍ଲେଖ କରିଛନ୍ତି । ପ୍ରଧାନମନ୍ତ୍ରୀ ନିଜ ସମ୍ୱୋଧନରେ କହିଛନ୍ତି ଯେ, ଏହା ନାଗରିକତା ଦେଉଥିବା ଆଇନ ନାଗରିକତା ଛଡାଇବାର ନୁହଁ ।
ମୋଦି ଆହୁରି କହିଛନ୍ତି ନାଗରିକତା ଦେବାର ଆଇନ ଏବଂ ନାଗରିକତା ସଂଶୋଧନ ଆଇନ ସେହି ଆଇନରେ କେବଳ ଏକ ସଂଶୋଧନ ଅଟେ । କିଛି ଲୋକ ନାଗରିକତା ଆଇନକୁ ନେଇ ଭ୍ରମ ପ୍ରଚାର କରୁଛନ୍ତି । ମୁଁ ଖୁସି ଯେ ଆଜିର ଯୁବକ ଏହି ଲୋକଙ୍କ ଭ୍ରମ ଦୂର କରୁଛନ୍ତି ବୋଲି ସେ କହିଥିଲେ |

ସର୍ଭେ: କେଜରିୱାଲ ସବୁଠାରୁ ଆଗରେ