OnaKhabar

ଯୁବକଙ୍କୁ ବାଲି ମାଫିଆଙ୍କ ନିର୍ମମ ହତ୍ୟା ଘଟଣା : ହତ୍ୟାକାରୀ ଗିରଫ

47

ମୟୁରଭଞ୍ଜ : ଶେଷରେ ହତ୍ୟାକାରୀଙ୍କୁ ଗିରଫ କରିଛି ପୋଲିସ। ବାଲି ଖାଦାନରେ ରାତିରେ ହେଉଥିବା ବେଆଇନ ବାଲି ଉତ୍ତୋଳନକୁ ବିରୋଧ କରି ହତ୍ୟାର ଶିକାର ହୋଇଥିଲେ ଯୁବକ । ତେବେ ରାସଗୋବିନ୍ଦପୁର ଥାନା ଅଧିନ ରାମଚନ୍ଦ୍ରପୁର ବାଲି ଖାଦାନରେ ଘଟିଥିଲା ହତ୍ୟାକାଣ୍ଡ। ପୂର୍ବ ଯୋଜନା ଅନୁଯାୟୀ ବାଲି ମାଫିଆମାନେ ଜେସିବି ବକେଟରେ ଚାପି ନିର୍ମମ ଭାବେ ହତ୍ୟା କରିଥିଲେ । ଘଟଣା ସମ୍ପୃକ୍ତ ଥିବାର ଆପାତତଃ ପ୍ରମାଣ ପାଇ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ ଖାଦାନ ନିଲାମଧାରୀ ମୋନଜ ଘୋଷ , ସହଯୋଗୀ ଅଶ୍ୱିନୀ କାଷ୍ଠ ଅରଫ କୁନା କାଷ୍ଠ ଓ ଜେସିବି ଡ୍ରାଇଭର ମଣ୍ଟୁ ବେହେରା । ପୁଲିସ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି । ଏଥିସହ ହତ୍ୟାକାଣ୍ଡରେ ବ୍ୟବହୃତ ଜେସିବିକୁ ଜବତ କରିଛି । ତେବେ ରାମଚନ୍ଦ୍ରପୁର ଗ୍ରାମର ମିଣ୍ଟୁ ତରେଇଙ୍କୁ ବାଲି ମାଫିଆମାନେ ବୁଧବାର ରାତିରେ ଜେସିବି ବକେଟରେ ଚାପି ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ବେଆଇନ ବାଲି ଚାଲାଣକୁ ବିରୋଧ କରିବାରୁ ମିଣ୍ଟୁଙ୍କୁ ହତ୍ୟା କରିଥିଲେ ଦୁର୍ବୃତ୍ତ । ଅପରାଧୀଙ୍କୁ ଗିରଫ ସହିତ ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ଦାବିରେ ସ୍ଥାନୀୟ ଗ୍ରାମବାସୀ ମୃତଦେହକୁ ରାସ୍ତାରେ ରଖି ବାରିପଦା-ରୋଡ଼ଅମରର୍ଦା ମୁଖ୍ୟରାସ୍ତାକୁ ରାମଚନ୍ଦ୍ରପୁର ଠାରେ ଅବରୋଧ କରିଥିଲେ । ତେବେ ଆନ୍ଦୋଳନକାରୀଙ୍କ ଦାବିକୁ ପୂରଣ ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ପ୍ରତ୍ୟାହାର ହୋଇଥିଲା । ତେବେ ଘଟଣାକୁ ୩ଦିନ ପୁରଣ ନ ହେଉଣୁ ହତ୍ୟା ଅଭିଯୁକ୍ତ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବାରେ ସଫଳ ହୋଇଛି ରାସଗୋବିନ୍ଦପୁର ଥାନା ପୋଲିସ ।