OnaKhabar

ଫେବୃଆରି ୨୪ରୁ ସଦାଇପାଲିଠାରେ ସଂର୍କିତ୍ତନ୍ୟ ମହାକୁମ୍ଭ, ଯୋଗ ଦେବେ ଦେଶ ବିଦେଶରୁ ୧୧୫ଟି ଦଳ

10

ବଲାଙ୍ଗିର,(ଦେବାଶିଷ ମିଶ୍ର)- ସ୍ଥାନୀୟ ସଦାଇପାଲିଠାରେ ଆସନ୍ତା ଫେବୃୟାରୀ ୨୪ରୁ ମାର୍ଚ୍ଚ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଅଖଣ୍ଡ ନବରାତ୍ର ନାମଯଜ୍ଞ ସହ ଏକକୋଟି ଜପ ଘୃତ ଯଜ୍ଞ, ସାଧୁସେବା ଯଜ୍ଞ ତଥା ଅନ୍ନଯଜ୍ଞ ଆଦି ପଞ୍ଚଯଜ୍ଞ ଆୟୋଜନ ପୁର୍ବକ  ଶୁଭସ୍ତମ୍ଭ ସ୍ଥାପିତ ହୋଇଯାଇଛି ।  ଏହି ସଂର୍କିର୍ତ୍ତନ୍ୟ ମହାକୁମ୍ଭରେ ଆମେରିକା, ରୁଷିଆ ଆଦି ଇସ୍କନ ସଂର୍କିତ୍ତନ୍ୟ ଦଳ ସହ ମଥୁରା, ବୃନ୍ଦାବନ, ନଦୀୟା, ଓଡିଶା ତଥା ଛତିଶଗଡର ୧୧୫ଟି ସଂର୍କିତ୍ତନ୍ୟ ଦଳ ଅଂଶ ଗ୍ରହଣ କରୁଥିବା ନେଇ ସୁଚନା ମିଳିଛି । ବୃନ୍ଦାବନର ମହାମଣ୍ଡଳେଶ୍ୱର ଶ୍ରୀମହନ୍ତ ସଚିଦାନନ୍ଦ ଶାସ୍ତ୍ରିଜୀ ମହାରାଜ ପ୍ରଧାନ ଆଚାର୍ଯ୍ୟ ଭାବରେ ଓ ଅନ୍ୟାନ୍ୟ ସାଧୁସନ୍ଥ ସେବାଯଜ୍ଞରେ ଯୋଗଦାନ କରିବା ମଧ୍ୟ କାର୍ଯ୍ୟକ୍ରମ ରହିଛି ।

ତେବେ ଆଜି ସ୍ଥାନୀୟ ମାହେଶ୍ୱରୀ ରାମଜୀ କୀର୍ତ୍ତନ ପାର୍ଟି, ରାଧେରାଧେ ମହିଳା ସଂର୍କିତ୍ତନ୍ୟ ଦଳ ଓ ଖାଡିଆପଡା ସଂର୍କିତ୍ତନ୍ୟ ମଣ୍ଡଳୀର ସଦସ୍ୟ ସଦସ୍ୟା ନିଜ ନିଜ ଦଳ ଉଦଣ୍ଡ କୀର୍ତ୍ତନ କରି ଧବଜା ସହ ଗ୍ରାମ ପରିକ୍ରମା କରି ଯଜ୍ଞ ସ୍ଥଳରେ ପହଞ୍ଚିଥିଲେ ଏବଂ ପୂଜାର୍ଚ୍ଚନା ପରେ କୃଷ୍ଣ କୃପା ଟ୍ରଷ୍ଟର ଅଧ୍ୟକ୍ଷ ସ୍ୱାମୀଜୀ ବିରେନ୍ଦ୍ର ପଣ୍ଡା କରକମଳଳରେ ଶୁଭସ୍ତମ୍ଭ ସ୍ଥାପନ କରିଥିଲେ । କର୍ତ୍ତାଭାବରେ ଡା. ପ୍ରମୋଦ କୁମାର ମିଶ୍ର ଓ ତାଙ୍କ ସହଧର୍ମୀଣୀ ମନୋରମା ମିଶ୍ର କାର୍ଯ୍ୟ ତୁଳାଇଥିବା ବେଳେ  ପଣ୍ଡିତ ମହାବୀର ବେଦବାକ୍ ପୂଜାର୍ଚ୍ଚନା କରିଥିଲେ । ଆୟୋଜକ ରାମଜୀ ଯୁବକ ସଂଘର ସଂମ୍ପାଦକ ନାରାୟଣ ପ୍ରସାଦ ମିଶ୍ର, ଅଧ୍ୟକ୍ଷ ଶ୍ରୀକର ମିଶ୍ର, ଆବାହକ ରମେଶ ଚନ୍ଦ୍ର ନାଏକ, ସଂମ୍ପାଦକ ଶମ୍ଭୁପ୍ରସାଦ ନାଏକ, ସାଇଟକଲେଜ ର ଅଧ୍ୟକ୍ଷ ଓମପ୍ରକାଶ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟ ସମ୍ବାଦନ ହୋଇଥିଲା ।