OnaKhabar

ରଙ୍ଗବେରଙ୍ଗରେ ଝଲସୁଛି ବଡ଼ଦାଣ୍ଡ ଓ ଶ୍ରୀମନ୍ଦିର

16

 

ପୁରୀ: ଆଜି ଶେଷ ହେଉଛି ୨୦୧୯ ଓ ଆସନ୍ତା କାଲି ଠାରୁ ହେଉଛି ନୂତନ ବର୍ଷ ୨୦୨୦। ଜଗତର ନାଥ ଓ ବିଶ୍ୱର ଦେବତା ଶ୍ରୀଜଗନାଥଙ୍କୁ ଦର୍ଶନ ପାଇଁ ଯିବାକୁ ଇଛା କରୁଥିଲେ ଥରେଯାଇ ଦର୍ଶନ କରି ଆସନ୍ତୁ | ପୁରୀ ବଡ ଦାଣ୍ଡରେ ଆପଣ ପହଁଚିଗଲେ ଜାଣି ପାରିବେ ସବୁ କିଛି | ବଡ ଦାଣ୍ଡ କିପରି ଝଲସୁଛି ଓ କାଳିଆ ଶ୍ରୀମନ୍ଦିର କିପରି ସଜେଇ ହୋଇଛି | ସତେ ଯେପରି କାଳିଆ ତାର ଭକ୍ତଙ୍କୁ ନୂଆ ବର୍ଷ ପାଇଁ ଆହ୍ୱାନ କରୁଛି ।

ପୁରୁଣା ବର୍ଷ ୨୦୧୯କୁ ବିଦାୟ ଦେବା ପୂର୍ବରୁ ଥରେ ଆଖି ପୁରାଇ ଭକ୍ତ ତାର ଆରାଧ୍ୟ ଦେବତାକୁ ଦେଖିବାକୁ ଯାଇ ପହଁଞ୍ଚୀ ଯାଇଛି | ଏଥିପାଇଁ ମହାବାହୁଙ୍କୁ ଦର୍ଶନ କରିବାକୁ ପୁରୀରେ ଆଜି ଜମିଛି ପ୍ରବଳ ଭିଡ଼। ଆଉ ରାତି ପାହିଲେ ଆରମ୍ଭ ହେବ ନୂଆ ବର୍ଷ | ଆଜି ରାତି ୧୨ଟାରୁ ନୂଆ ବର୍ଷ ଆରମ୍ଭ ବୋଲି କୁହାଯାଉଥିବାରୁ ଆଜି ରାତି ୧୦ଟାରୁ ପହୁଡ଼ ପଡ଼ିବ ଓ ରାତି ୧ଟାରୁ ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହେବ ବୋଲି ପ୍ରଶାସନ ପକ୍ଷରୁ ଵ୍ୟଵସ୍ଥା କରାଯାଇଛି ।

ସରକାର ଶ୍ରୀମନ୍ଦିରର ସୁରକ୍ଷା ଓ ସୌନ୍ଦର୍ଯ୍ୟ କାରଣ ପାଇଁ ନୂଆ ପଦକ୍ଷେପ ନେଇଛନ୍ତି | ବର୍ଷକୁ ନେଇ ପୁରୀରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଶ୍ରୀମନ୍ଦିର ଚାରିକଡ଼ରୁ ୭୫ମିଟର ପର୍ଯ୍ୟନ୍ତ ଉଛେଦ କରାଯାଉଛି | ଉଛେଦ ହୋଇଥିବା ଶ୍ରୀମନ୍ଦିର ସମ୍ମୁଖକୁ ସଜାଯାଇଛି। ନୂଆ ବର୍ଷକୁ ସ୍ୱାଗତ କରିବା ପାଇଁ ରଙ୍ଗୀନ ଆଲୋକମାଳାରେ ଶ୍ରୀକ୍ଷେତ୍ରକୁ ସଜାଯାଇଛି । ବିଭିନ୍ନ ରଙ୍ଗର ଆଲୋକ ମାଳା ସାଙ୍ଗକୁ ଷ୍ଟ୍ରିଟ୍‌ ଲାଇଟ୍‌ରେ ଝଲମଲ କରୁଛି ପୁରା ବଡଦାଣ୍ଡ ।

ଶ୍ରୀମନ୍ଦିରର ମେଘନାଦ ପାଚେରୀ ଚତୁର୍ପାଶ୍ୱରେ ଗଛ ଲଗାଯାଇଛି | ଏଥିସହ ରାତିରେ ପାଇଁ ରଙ୍ଗବେରଙ୍ଗ ଆଲୋକମାଳାରେ ସଜାଯାଇଛି। ଶୃଙ୍ଖଳିତ ଦର୍ଶନ ପାଇଁ ସିଂହଦ୍ୱାର ସମ୍ମୁଖରେ ବ୍ୟାରିକେଡ କରାଯାଇଛି। କେବଳ ଏତିକି ନୁହେ ଚିତ୍ରବିଚିତ୍ର ହୋଇଛି ବଡ଼ଦାଣ୍ଡ। ସତେ ଯେପରି ନାଲି , ନୀଳ ଓ ନାରଙ୍ଗୀ ପ୍ରଭୁତି ରଙ୍ଗର କାର୍ପେଟ୍‌ ବିଛା ହୋଇଛି ।

ଆପଣ କେବେବି ପୂର୍ବରୁ ଦେଖିନଥିବେ ବଡ଼ଦାଣ୍ଡ ଏଭଳି ସଜେଇ ହେବାର । ନୂଆ ବର୍ଷରେ ମହାପ୍ରଭୁଙ୍କୁ ଯେଉଁ ଭକ୍ତମାନେ ଆସିବେ ତାଙ୍କ ପାଇଁ ବି ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା ବି ହୋଇଛି ।

କେବଳ ସାଜସଜ୍ଜା ନୁହେ ସୁରକ୍ଷା ପ୍ରତି ମଧ୍ୟ ହେଳା କରାଯାଇନାହିଁ | ଆସୁଥି ଭକ୍ତଙ୍କ ସୁରକ୍ଷା ଓ ନିରାପଦ ଦର୍ଶନ ପାଇଁ ୬୫ ପ୍ଲାଟୁନ ପୁଲିସ ଫୋର୍ସ ସହ ୨୭୬ ଜଣ ଅଧିକାରୀ ମୁତୟନ କରାଯାଇଛି । ବିଶେଷକରି ସୌନ୍ଦର୍ଯ୍ୟକରଣ ଉପରେ ଅଧିକ ଧ୍ୟାନ ଦିଆଯାଇଛି।

 

ବଡଦାଣ୍ଡର ଚାରିଆଡ଼େ ପରିଷ୍କାର ପରିଚ୍ଛନ୍ନ କାରାଯିବା ସହ ଖରା ଓ ବର୍ଷାରୁ ଭକ୍ତଙ୍କ ପାଇଁ ଉପରେ ଟଙ୍ଗା ହୋଇଛି ତମ୍ବୁ। ଆକାଶ ଉପରୁ ବଡ଼ଡାଣ୍ଡକୁ ଦେଖିଲେ ପୁରୀର ଏ ମନଲୋଭା ଦୃଶ୍ୟ ଦେଖୀଲେ ଆପଣ ଭାବିବେ ପୁରୀରେ ନା ଆଉ କେଉଁଠି ଅଛନ୍ତି |ଭକ୍ତମାନେ ଲମ୍ବା ଧାଡ଼ିରେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ। ସେ ନେଇ ବ୍ୟାପକ ବ୍ୟବସ୍ଥା ହୋଇଛି।