OnaKhabar

ଭିଣୋଇଙ୍କ ଦେହାନ୍ତ କାରଣରୁ ନୂଆବର୍ଷ ପାଳିବେ ନାହିଁ ମୁଖ୍ୟମନ୍ତ୍ରୀ

14

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବବର୍ଷ ପାଳନ କରିବେ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ଭିଣୋଇ ପ୍ରକାଶକ ତଥା ସମ୍ପାଦକ ସୋନି ମେହେଟ୍ଟାଙ୍କ ପରଲୋକ ଯୋଗୁଁ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଶୋକ ପାଳନ କରୁଛନ୍ତି । ଏହି କାରଣରୁ ଆସନ୍ତାକାଲି ନୂଆବର୍ଷ ଶୁଭେଚ୍ଛା ଜଣାଇବା ପାଇଁ ନବୀନ ନିବାସ ନ ଆସିବା ପାଇଁ ଶୁଭେଚ୍ଛୁମାନଙ୍କୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଟୁଇଟରରେ ଲେଖିଛନ୍ତି‘ ମୁଁ ମୋର ଭିଣୋଇ ( ଭଉଣୀ ଗୀତା ମେହେଟାଙ୍କ ସ୍ବାମୀ) ସୋନି ମେହେଟାଙ୍କର ପରଲୋକରେ ଗଭୀର ମର୍ମାହତ । ସେ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ସମ୍ପାଦକ ଥିଲେ ଏବଂ ଅତ୍ୟନ୍ତ ଭଦ୍ର ବ୍ୟକ୍ତି ଥିଲେ ।’ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋନି ମେହେଟାଙ୍କର ଆତ୍ମା ଶାନ୍ତି ପ୍ରାପ୍ତ କରୁ ବୋଲି ନିଜର ଶୋକବାର୍ତ୍ତାରେ ଲେଖିଥିବା ଜଣାପଡିଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଣୋଇ ସୋନି ମେହେଟାଙ୍କ ପରଲୋକ