OnaKhabar

ଅମିତାଭଙ୍କୁ ଦାଦାସାହେବ ଫାଲକେ

8

ମୁମ୍ବାଇ: ବିଗ ବି ଅମିତାଭ ବଚ୍ଚନଙ୍କୁ ଦାଦା ସାହେବ ଫାଲକେ ପୁରସ୍କାର । ରାଷ୍ଟ୍ରପତି ଭବନରେ ସ୍ୱତନ୍ତ୍ର ଉତ୍ସବରେ ସମ୍ମାନିତ କଲେ ରାଷ୍ଟ୍ରପତି । ଭାରତୀୟ ସନେ ଜଗତର ସର୍ବୋଚ୍ଚ ପୁରସ୍କାର ଦାଦା ସାହେବ ଫାଲକେ । ସମ୍ମାନଜନକ ପୁରସ୍କାର ଗ୍ରହଣ କରି ଖୁସି ବ୍ୟକ୍ତ କଲେ ବିଗ ବି । ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ସମାରୋହରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ଅସୁସ୍ଥତା କାରଣରୁ ଗତ ସୋମବାର ଦିନ ଅନୁଷ୍ଠିତ ହୋଇଥିବା ରାଷ୍ଟ୍ରୀୟ ପୁରସ୍କାର ସମାରୋହରେ ଅମିତାଭ ଯୋଗ ଦେଇପାରିନଥିଲେ ।

ଏହି ପୁରସ୍କାର ଗ୍ରହଣ କରି ସେ ଚଳଚ୍ଚିତ୍ର ଜଗତ, ଦର୍ଶକ ଓ ଭାରତ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହା ସହିତ କହିଛନ୍ତି ଯେ ଏହି ପୁରସ୍କାର ଗ୍ରହଣ କରିବା ଅର୍ଥ ନୁହେଁ ଯେ ସେ ଅବସର ଗ୍ରହଣ କରୁଛନ୍ତି । ଆଉ କିଛି କାମ ବାକି ଅଛି, ତାହା ସେ ସମାପ୍ତ କରିବାକୁ ହେବ ।
ବିଗ ବି କହିଛନ୍ତି, ପୁରସ୍କାର ପାଇଁ ଯୋଗ୍ୟ ମଣିଥିବାରୁ ଆନ୍ତରିକ କୃତଜ୍ଞତା ଜଣାଉଛି । ଇଶ୍ୱରଙ୍କ କୃପା, ବାପା ମାଙ୍କ ଆଶୀର୍ବାଦରୁ ଅନେକ ସଫଳତା ପାଇଛି । ଅଗଣିତ ଦର୍ଶକଙ୍କ ସ୍ନେହ, ଭଲପାଇବା ଓ ନିଷ୍କପଟ ପ୍ରୋତ୍ସାହନ ପାଇଁ ମୁଁ ଖୁସି ।