OnaKhabar

ଥରୁଛି ଓଡ଼ିଶା: ୧୮ ଜିଲ୍ଲାକୁ ସତର୍କ ସୂଚନା

21

ଭୁବନେଶ୍ୱର (ଓଡ଼ିଶା ନ୍ୟୁଜ ଏଜେନ୍ସି): ଫିକା ପଡ଼ିପାରେ ନୂଆବର୍ଷ । ଜାନୁୟାରୀ ୧ରୁ ୪ ଯାଏଁ ବର୍ଷା ହେବାର ଅନୁମାନ କରାଯାଉଛି । ନୂଆବର୍ଷରେ ଉତ୍ତର ପଶ୍ଚିମ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା । ୨ରୁ ୪ ଯାଏଁ ସାରା ରାଜ୍ୟରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା । ୧୧ ଜିଲ୍ଲାରେ ୧୦ ଡିଗ୍ରୀ ତଳେ ପାରଦା । ଅସହ୍ୟ ଜାଡ଼ରେ ଥରୁଛି ଓଡ଼ିଶା । ୫ ଜିଲ୍ଲାରେ ସିଭିୟର କୋଲ୍ଡ ୱେଭ ୱାର୍ଣ୍ଣିଂ । ସତର୍କ ରହିବାକୁ ପରାମର୍ଶ । ଅନୁଗୁଳ, କେନ୍ଦୁଝର, ବାଲେଶ୍ୱର, ଦେବଗଡ଼, ମୟୂରଭଞ୍ଜକୁ ସତର୍କ ସୂଚନା । ଅସହ୍ୟ ଜାଡ଼ ନେଇ ୧୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ । ସୁରନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ଅନୁଗୁଳ, ମୟୂରଭଞ୍ଜ, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ଢ଼େଙ୍କାନାଳ, ବାଲେଶ୍ୱର, ଭଦ୍ରକ, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ବୌଦ୍ଦ, ସୋନପୁର, ବଲାଙ୍ଗୀରକୁ ଅରେଞ୍ଜ ୱାର୍ଣ୍ଣିଂ । ଆଜି ୪ ଜିଲ୍ଲାରେ ଘନ କୁହୁଡ଼ି ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି । କନ୍ଧମାଳ, କଳାହାଣ୍ଡି, କୋରାପୁଟ, ବଲାଙ୍ଗୀରକୁ ୟେଲୋ ୱାର୍ଣ୍ଣିଂ । ପାହାଡ଼ିଆ ଅଂଚଳରେ ପାରଦ ୦ ଡିଗ୍ରୀକୁ ଖସି ଆସିବା ନେଇ ଆକଳନ କରାଯାଇଛି ।