OnaKhabar

ଭଉଣୀକୁ ବଳିଦେଲା ଭାଇ

15

କଣ୍ଟାବାଞ୍ଜି: କଣ୍ଟାବାଞ୍ଜିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ୧୨ବର୍ଷର ନାବାଳିକାକୁ ବଳି ଅଭିଯୋଗ । ବଳି ଦେଇଥିବା ସନ୍ଦେହରେ ନାବାଳିକାର ଭାଇ ଅଟକ । ସିନ୍ଧେକେଲା ଥାନାରେ ଅଟକ ରଖି ଭାଇକୁ ପଚରାଉଚରା । ଭାଇକୁ ଛାଡିବାକୁୁ ଯାଇ ୫ଦିନ ତଳୁ ନିଖୋଜ ଅଛି ନାବାଳିକା । ଅଭିଯୁକ୍ତ ଭାଇକୁ ବସରେ ଛାଡିବାକୁ ଯାଇ ଘରକୁ ଫେରି ନଥିବା ଜଣାପଡିଛି । ନିଜ ଭାଇ ତାକୁ ବଳି ଦେଇଥିବା ଗାଁ ଲୋକେ ସନ୍ଦେହ କରିଥିଲେ । ଗାଁ ଲୋକଙ୍କ ଆକ୍ରମଣ ଆଶଙ୍କାରେ ଥାନାରେ ପହଞ୍ଚିଥିଲା ଅଭିଯୁକ୍ତ ଭାଇ । ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଗାଁ ଲୋକଙ୍କ ଥାନା ଘେରାଉ । ଏଯାବତ ନିଖୋଜ ବାଳିକାଙ୍କ ଶବ ମିଳିନଥିବାରୁ ବଳି ନେଇ ସଂଶୟ । ଅଭିଯୁକ୍ତ ଭାଇ ପୂର୍ବରୁ ଜଣକୁ ବଳି ଦେଇଥିବାରୁ ଗାଁ ଲୋକଙ୍କ ସନ୍ଦେହ । ଗତବର୍ଷ ଜଣେ ନାବାଳକକୁ ବଳି ଦେଇଥିଲା ଅଭିଯୁକ୍ତ ଭାଇ ।

ଗୋଟିଏ ପରିବାରର ଦୁଇଜଣ ଝିଅଙ୍କ ମୃତ୍ୟୁ