OnaKhabar

ପରଦାରେ ନଜର ଆସିବେ ଜବରଦସ୍ତ ନୂଆ ଯୋଡି

14

ମୁମ୍ବାଇ: ବଲିଉଡ ଜଗତରେ କିଛି ଯୋଡ଼ି ପରଦାରେ ସୁପର୍‌ହିଟ୍‌ ହେଉଛନ୍ତି ତ କିଛି ଫ୍ଲପ୍ ମଧ୍ୟ ହୋଇଛନ୍ତି । ତେବେ ଆଗକୁ ଆଉ ଏକ ଜବରଦସ୍ତ ନୂଆ ଯୋଡ଼ିକୁ ପରଦାରେ ଦେଖିବାକୁ ମିଳିବ ବୋଲି ଜଣା ପଡିଛି । ତେବେ ପ୍ରଥମଥର ପାଇଁ ଏହି ଯୋଡି ସ୍କ୍ରିନ୍‌ ଶେଆର କରିବାକୁ ଯାଉଛନ୍ତି । ସେମାନେ ହେଲେ ରଣବୀର କପୁର ଓ ଶ୍ରଦ୍ଧା କପୁର । ତେବେ ଏଥିପାଇଁ ଦର୍ଶକମାନଙ୍କୁ ବର୍ଷେରୁ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିବ ବୋଲି ସୂଚନା ମିଳିଛି ।

ଫିଲ୍ମ ନିର୍ମାତା ଲଭ୍‌ ରଞ୍ଜନ ନିଜ ଆଗାମୀ ପ୍ରୋଜେକ୍ଟରେ ରଣବୀର ଓ ଶ୍ରଦ୍ଧାଙ୍କୁ ନେବା ପାଇଁ ଘୋଷଣା କରିଛନ୍ତି। ତେବେ ଫିଲ୍ମର ନାଁ ଓ କାହାଣୀ ବିଷୟରେ କିଛି ସୂଚନା ମିଳିନାହିଁ। ଏହି ଫିଲ୍ମଟିକୁ ଲଭ୍ ରଞ୍ଜନ ଓ ଅଙ୍କୁର ଗର୍ଗ ମିଶି ତିଆରି କରିବେ। ଲଭ୍ ଫିଲ୍ମର ଅଫିସିଆଲ୍ ଟ୍ୱିଟର ପେଜ୍‌ରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଫିଲ୍ମଟି ୨୦୨୧ ମାର୍ଚ୍ଚ ୨୬ ତାରିଖରେ ରିଲିଜ୍ ହେବ। ଏହାର ଶୁଟିଂ ୨୦୨୦ ଜାନୁଆରୀରୁ ଆରମ୍ଭ ହେବ ବୋଲି କୁହାଯାଉଛି।ସୂଚନା ଅନୁଯାୟୀ, ଏହି ଫିଲ୍ମରେ ଅଜୟ ଦେବ୍‌ଗନ୍‌ ମଧ୍ୟ ଅଭିନୟ କରିବାର ଥିଲା। କିନ୍ତୁ କୌଣସି ବ୍ୟକ୍ତିଗତ କାରଣରୁ ସେ ଏଥିରୁ ଓହରିଯାଇଛନ୍ତି । ଲଭ୍‌ ରଞ୍ଜନ ୨ ବର୍ଷ ପୂର୍ବେ ଏହି ପ୍ରୋଜେକ୍ଟର ଆରମ୍ଭ କରି ଦେଇଥିଲେ । ହେଲେ ଅଜୟ ଫିଲ୍ମରୁ ବାହାରିଯିବା ପରେ ପ୍ରୋଜେକ୍ଟଟି ବନ୍ଦ ହୋଇଗଲା ବୋଲି ଚର୍ଚ୍ଚା ହୋଇଥିଲା । କିନ୍ତୁ ଗତ ସପ୍ତାହରେ ନିର୍ମାତା ସ୍ପଷ୍ଟ କରିଥିଲେ ଯେ ଏ ପ୍ରୋଜେକ୍ଟର କାମ ଜାରି ରହିଛି । ତା’ସହିତ ଫିଲ୍ମରେ ରଣବୀର ଓ ଶ୍ରଦ୍ଧାଙ୍କୁ ଦେଖିବାକୁ ମିଳିବ ବୋଲି ଘୋଷଣା କରିଥିଲେ।ଲଭ୍‌ ଫିଲ୍ମସ ‘ସୋନୁ କୀ ଟିଟୁ କୀ ସ୍ୱିଟି’, ‘ପ୍ୟାର୍‌ କା ପଞ୍ଚନାମା’ ‘ଦେ ଦେ ପ୍ୟାର୍‌ ଦେ’, ‘ଆକାଶ ବାଣୀ’ ପରି ଚଳଚ୍ଚିତ୍ର ଦେଇଛି ।