OnaKhabar

ପୂର୍ବାନୁମାନ : ଝାଡଖଣ୍ଡରେ ଝଟକା ଖାଇବ ବିଜେପି !

5

ଝାଡଖଣ୍ଡ : ଝାଡଖଣ୍ଡ ନିର୍ବାଚନ ଶେଷ ହୋଇଛି । ଆଜି ୫ମ ତଥା ଶେଷ ପର୍ଯ୍ୟାୟ ଭୋଟ ହୋଇଥିଲା । ଭୋଟ ସରିଲା ପରେ ବିଭିନ୍ନ ସଂସ୍ଥା ଓ ଗଣମାଧ୍ୟମ ପକ୍ଷରୁ ଯେଉଁ ପୂର୍ବାନୁମାନ କରାଯାଇଛି ସେଥିରେ କ୍ଷମତାସୀନ ବିଜେପି ପୁଣି ଗାଦିସୀନ ହେବା ଆଶା ମଉଳି ଯାଇଥିବା ଦର୍ଶାଯାଇଛି । କଂଗ୍ରେସ ଜେଏମଏମ ମେଣ୍ଟ କ୍ଷମତାକୁ ଦଖଲ କରିବ ବୋଲି ସର୍ଭେରେ ଦର୍ଶା ଯାଇଛି ।

ଝାଡଖଣ୍ଡର ୮୧ଟି ବିଧାନସଭା ଆସନ ମଧ୍ୟରୁ ଇଣ୍ଡିଆ ଟୁଡେ/ଆକ୍ସିସର ସର୍ଭେ ଅନୁସାରେ ବିଜେପି ୨୨ରୁ୩୨ ଆସନ ପାଇବ । ଜେଏମଏମ ଓ କଂଗ୍ରେସ ମେଣ୍ଟ ୩୮ରୁ ୫୦ ଆସନ ପାଇବ ଏବଂ ଏଜେଏସୟୁ ୩ ରୁ ୫ଟି ଆସନ ଅକ୍ତିଆର କରିବ । ଜେଭିଏମ ୨ରୁ୪ ଓ ଅନ୍ୟମାନେ ୪ରୁ ୭ ଆସନ ଅକ୍ତିଆର କରିବେ ବୋଲି ଦର୍ଶାଯାଇଛି ।

ଝାଡଖଣ୍ଡ ନିର୍ବାଚନ ୫ଟି ପର୍ଯ୍ୟାୟରେ ହୋଇଥିଲା । ମାଓବାଦୀ ଉପଦୃତ ରାଜ୍ୟ ହୋଇଥିବାରୁ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦେଖି ୮୧ଟି ବିଧାନ ସଭା ହୋଇଥିଲେ ବି ୫ଟି ପର୍ଯ୍ୟାୟରେ ନିର୍ବାଚନ ହୋଇଥିଲା । ବିଜେପି ଏକାକୀ ନିର୍ବାଚନ ଲଢୁଥିଲା ବେଳେ କଂଗ୍ରେସ ମେଣ୍ଟ କରି ନିର୍ବାଚନ ଲଢୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ କଂଗ୍ରେସର ପୂର୍ବତନ ଏଆଇସିସି ଅଧ୍ୟକ୍ଷା ରାହୁଲ ଗାନ୍ଧି ଓ ଅନ୍ୟ ନେତା ମାନେ ଜୋରଦଦାର ପ୍ରଚାର କରିଥିଲେ । ବିଜେପି ପୁଣି କ୍ଷମତାକୁ ଫେରିବ ବୋଲି ଆଶାବାନ୍ଧି ବସିଥିବା ବେଳେ ଯେଉଁ ନିର୍ବାଚନ ପରର ପୂର୍ବାନୁମାନ କରାଯାଇଛି ସେଥିରେ ବିଜେପିକୁ ଘାଟା ସହିବାକୁ ପଡିବ ବୋଲି କୁହାଯାଉଛି । ବିଶେଷ କରି ଆଜି ଥିବା ଶେଷ ପର୍ଯ୍ୟାୟ ନିର୍ବାଚନ ବିଜେପି ପାଇଁ ଅଧିକ ଅଡୁଆ ହୋଇଛି । ନାଗରିକ ସଂଶୋଧନ ବିଲକୁ ନେଇ ଚାରିଆଡେ ଯେଉଁ ଆନ୍ଦୋଳନ ଚାଲିଛି ତାହାର ପ୍ରଭାବ ନିର୍ବାଚନ ଉପରେ ପଡିଥିବା କୁହାଯାଉଛି ।