OnaKhabar

ପାରସ ଛାବରାଙ୍କ ଗାର୍ଲଫ୍ରେଣ୍ଡ କହିଲେ ଦୀର୍ଘ ତିନି ବର୍ଷର ସମ୍ପର୍କର…

161

ନୂଆଦିଲ୍ଲୀ : କଲର୍ସରେ ପ୍ରସାରିତ ଲୋକପ୍ରିୟ ରିୟଲିଟି ଶୋ ବିଗବସରେ ପ୍ରତିଦିନ କିଛିନା କିଛି ନୂଆ ଡ୍ରାମା ଦଖିବାକୁ ମିଳିଥାଏ |ତେବେ ବିଗ୍‌ ବସ୍‌ ସିଜିନ୍‌ ୧୩ର ଆରମ୍ଭରୁ ପାରସ୍‌ ଛାବରା ଓ ମାହିରା ଶର୍ମାଙ୍କ ବନ୍ଧୁତା ଦେଖିବାକୁ ମିଳିଥିଲା । ଏମାନେ ଦୁଇଜଣ ବହୁତ ଭଲ ବନ୍ଧୁ ମଧ୍ୟ ଥିଲେ | କିନ୍ତୁ ଏବେ ବିଗ୍ ବସ୍‌ ଘରେ ଏହି ଦୁହିଁଙ୍କ ପ୍ରେମ କାହାଣୀକୁ ନେଇ ଚର୍ଚ୍ଚା ଚାଲିଛି। ପାରସ୍‌ ଓ ମାହିରା ଏହି ଦୁହେଁ ପରସ୍ପରକୁ ପ୍ରେମ ନିବେଦନ କରି ସାରିଛନ୍ତି । ବୁଧବାର ପ୍ରସାରିତ ଏପିସୋଡ୍‌ରେ ଏହି ଦୁହିଁଙ୍କ କେମିଷ୍ଟ୍ରୀ ଦେଖିବାକୁ ମିଳିଥିଲା । ରାତି ଅଧରେ ମାହିରାଙ୍କୁ ପାରସ୍ କିସ୍‌ କରିଥିବାର ଦୃଶ୍ୟ କ୍ୟାମେରାରେ ରେକର୍ଡ ହୋଇଥିଲା। ତେବେ ବିଗ୍‌ ବସ ଘରେ ଏହି ଘଟଣା ଦେଖିବା ପରେ ପାରସଙ୍କ ଗାର୍ଲଫ୍ରେଣ୍ଡ ଆକାଂକ୍ଷା ଏହି ଦୁହିଁଙ୍କ ସଂପର୍କ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଆକାଂକ୍ଷା ଏକ ସାକ୍ଷାତକାରରେ କହିଛନ୍ତି ଯେ ପାରସ୍‌ଙ୍କ ପ୍ରେମ କାହାଣୀ ଦେଖି ତାଙ୍କୁ ଏମିତି ଲାଗୁଛି ଯେ ଯେମିତି ତାଙ୍କ ଲଭ ଷ୍ଟୋରି ଶେଷ ହୋଇଯାଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ବିଗ୍‌ ବସ ଘରେ ପାରସ୍‌ଙ୍କ କାର୍ଯ୍ୟକଳାପ ଉପରେ ତାଙ୍କର ସନ୍ଦେହ ସୃଷ୍ଟି ହୋଇଛି ।ଏପରି କି ବିଗ୍‌ ବସ୍‌ ଘରେ ଚାଲିଥିବା ଘଟଣା ସତ ନା ପାରସ୍ ଓ ଆକାଂକ୍ଷାଙ୍କ ମଧ୍ୟରେ ଗଢ଼ି ଉଠିଥିବା ତିନି ବର୍ଷର ସଂପର୍କ ସତ ଏଭଳି ପ୍ରଶ୍ନ ତାଙ୍କ ମନରେ ଉଠିଛି । ସେ କେବଳ ବିଗ୍ ବସ୍‌ ଘରୁ ବାହାରିବାକୁ ଅପେକ୍ଷା କରିଛନ୍ତି ବୋଲି କହିଛନ୍ତି । ଏହା ସହ ଆକାଂକ୍ଷା କହିଛନ୍ତି ଯେ ମାହିରାଙ୍କ ସହ ଦୋସ୍ତି କରିବାକୁ ପାରସ୍‌ଙ୍କୁ ଉପଦେଶ ଦେବା ତାଙ୍କୁ ମହଙ୍ଗା ପଡିଗଲା ।