OnaKhabar

ଏକ ତରଫା ପ୍ରେମର କରୁଣ ପରିଣତି

ଖୋର୍ଦ୍ଧା : ଏକ ତରଫା ପ୍ରେମର କରୁଣ ପରିଣତି | ଖୋର୍ଦ୍ଧା ଜିଲ୍ଲା ବାଲୁଗାଁରେ ଘଟିଛି ଅଭାବନୀୟ ଘଟଣା | ଜଣେ କଲେଜ ଛାତ୍ରୀଙ୍କ ଗଳାକାଟି ବିଭସ୍ଥ ଭାବେ ହତ୍ୟା କରା ଯାଇଛି । ମୃତା ଜଣକ ବାଲୁଗାଁ କଲେଜର ଯୁକ୍ତ ୨ ଦ୍ବିତୀୟ ବର୍ଷର ଛାତ୍ରୀ ଶିବାନୀ ବେହେରା ବୋଲି ଜଣା ପଡିଛି । ଏକ ତରଫା ପ୍ରେମକୁ ନେଇ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଥିବାର ଜଣା ପଡିଛି । ପ୍ରେମରେ ବିଫଳ ହେବାରୁ ହତାଶ ପ୍ରେମିକ ଏଭଳି କାଣ୍ଡ ଘଟାଇଥିବାର ସୂଚନା ମିଳିଛି । ଘଟଣାଟି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସ୍ଥିତ ଗଙ୍ଗନଗର ଅଞ୍ଚଳରେ ଘଟିଛି ।
ସୂଚନା ମୁତାବକ, ଶନିବାର ରାତିରେ ସଂପୃକ୍ତ ଯୁବକ ଜଣକ ଶିବାନୀଙ୍କ ଘରେ ପଶିଥିଲେ । ସେ ଜୋରଜବରଦସ୍ତ ଶିବାନୀଙ୍କୁ ତାଙ୍କ ପ୍ରେମ ସ୍ୱୀକାର କରାଇବାକୁ ଚେଷ୍ଟା କରିଥିଲା । ମାତ୍ର ଏଥିରେ ଅସଫଳ ହେବାରୁ ସେ ଉତ୍ୟକ୍ତ ହୋଇଉଠିଥିଲେ । ଆଉ ଶେଷରେ ଶିବାନୀଙ୍କ ଗଳାକାଟି ଦେଇଥିଲେ ବୋଲି ମୃତା ଶିବାନୀଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ବହୁ ଦିନ ଧରି ଯୁବକ ଜଣଙ୍କ ଏଭଳି ପ୍ରେମ ନିବେଦନ କରି ଶିବାନୀଙ୍କୁ ରାସ୍ତା-ଘାଟରେ ହଇରାଣ ହରକତ କରୁଥିଲା । ଗଳାକାଟି ଦେବାପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଶିବାନୀଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ମେଡିକାଲ ନିଆଯାଇଥିଲା । ମାତ୍ର ସେତେବେଳକୁ ବହୁ ବିଳମ୍ବ ହୋଇଯାଇଥିଲା । ଡାକ୍ତର ସେଠାରେ ଶିବାନୀଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ପୋଲିସ ତଦନ୍ତ ଆରମ୍ଭ କରିଛି । ଏହି ଘଟଣାରେ ପୋଲିସ ହତାଶ ପ୍ରେମିକ ତଥା ହତ୍ୟାକରୀ କୁହାଯାଉଥିବା ଅଭିଯୁକ୍ତକୁ ଅଟକ ରଖି ତଦନ୍ତ କରିବା ସହ ଶିବାନୀଙ୍କ ଭାଉଜଙ୍କୁ ମଧ୍ୟ ଅଟକ ରଖିଥିବାର ସୂଚନା ମି‌ଳିଛି |