OnaKhabar

ପୁଣି ସରକାରଙ୍କ ୫-ଟି ଉପରେ ଉଠିଲା ପ୍ରଶ୍ନ

6

ମୟୁରଭଞ୍ଜ:ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଅଭାବନୀୟ ଘଟଣା । ଡାକ୍ତରଙ୍କର ଅବହେଳା କାରଣରୁ ଏଚ ଆଇ ଭି ସଂକ୍ରମିତ ପ୍ରସୂତୀ ଛୁଆ ଜନ୍ମ କରିବା ପୁର୍ବରୁ ଗର୍ଭରେ ହିଁ ପିଲାଟିର ମୃତ୍ୟୁ ହୋଇଯାଇଥିବା ଭଳି ସ୍ପର୍ଶକାତର ଘଟଣାକୁ ନେଇ ଡାକ୍ତରଖାନା ପରିସରରେ ଉତ୍ତେଜନା ।

ସୂଚନା ଅନୁଯାୟୀ, ଡିସେମ୍ବର ୧୨ତାରିଖ ରାତି ୮ଟା ସମୟରେ ଜାମଦା ଅଞ୍ଚଳର ଜଣେ ଏଚ ଆଇ ଭି ସଂକ୍ରମିତ ମହିଳାଙ୍କୁ ଗର୍ଭ ଯନ୍ତ୍ରଣା ହେବାରୁ ତାଙ୍କୁ ଆଶାକର୍ମିଙ୍କ ସହାୟତାରେ ରାଇରଙ୍ଗପୁର ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟକୁ ନିଆଯାଇଥିଲା । ହେଲେ ସେଠାରେ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସେ ହସ୍ପିଟାଲରେ ରାତି ୧୨ଟା ସମୟରେ ପହଞ୍ଚି ଥିଲେ । ହେଲେ ରାତିଯାକ ଗର୍ଭ ଯନ୍ତ୍ରଣା ସହିବା ପରେ ମଧ୍ୟ ତାଙ୍କୁ ସଠିକ ଚିକିତ୍ସା କରାଯାଇନଥିଲା । ୧୩ ତାରିଖ ସକାଳୁ ଡାକ୍ତର ମହିଳାଙ୍କ ଗର୍ଭସ୍ଥ ଶିଶୁକୁ ମୃତବୋଲି ଘୋଷଣା କରିଥିଲେ । ହେଲେ ଗର୍ଭରେ ଥିବା ମଲା ପିଲାଟିକୁ କାଢିବାପାଇଁ କୌଣସି ପଦକ୍ଷେପ ନିଆଯାଇ ନଥିଲା । ତେବେ ଆଜି ସକାଳୁ ଗଣମାଧ୍ୟମ ଡାକ୍ତରଖାନାରେ ପହଞ୍ଚିବା ପରେ ମହିଳାଙ୍କୁ ଅପରେସନ କରି ପିଲାଟିକୁ କଢାଯିବାର ବ୍ୟବସ୍ଥା କରାଯାଇଛି । ତେବେ କିଛି ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ଏଚଆଇଭି ସଂକ୍ରମିତ ହେତୁ ମହିଳାଙ୍କ ସେବାରେ ଡାକ୍ତରଖାନା ପକ୍ଷରୁ ଜାଣିଶୁଣି ଉଦ୍ଧେଶ୍ୟମୂଳକ ଭାବରେ ବିଳମ୍ବ କରାଯାଇଥିବା କହିଛନ୍ତି । ଉତ୍ତମ ସ୍ବାସ୍ଥ୍ୟ ସେବା ପାଇବା ବଦଳରେ ମେଡିକାଲ କଲେଜ ହସପିଟାଲରେ ଡାକ୍ତରଙ୍କର ଅବହେଳାକୁ ନେଇ ସରକାରଙ୍କ ୫ଟି ଯୋଜନା ପ୍ରହସନ ପାଲଟିଥିବା ସାଧାରଣ ରେ ଚର୍ଚ୍ଚା ଯୋର ଧରିଛି । ତେବେ ପ୍ରାୟତଃ ବିଭିନ୍ନ ସମୟରେ ଏଭଳି ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ୫ଟି ଆଧାରରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବା ବଦଳରେ ଅନୁକମ୍ପା କାହିଁକି ବୋଲି ପ୍ରଶ୍ନ ଉଠୁଛି।

ତେବେ ଏହି ସ୍ପର୍ଶକାତର ଘଟଣା ସରକାରଙ୍କ ୫ଟି କାର‌୍ୟ୍ୟକ୍ରମକୁ ପ୍ରହସନରେ ପରିଣତ କରିଛି। ଅନ୍ୟପଟେ ଏଭଳି ଏକ ଗୁରୁତ୍ତର ବ୍ୟତିକ୍ରମ ଉପରେ ବିଭାଗୀୟ ଅଧିକାରୀମାନେ ନୀରବତା ଅବଲମ୍ବନ କରିବା ଆଶ୍ଚର‌୍ୟ୍ୟଜନକ। ଏଭଳି ସ୍ଥିତିରେ ନ୍ୟାୟ ଦେଵ କିଏ ?