OnaKhabar

ଜନ୍ମଦିନ ହେଲା ଶେଷଦିନ

30

ଅନୁଗୋଳ: ଅନୁଗୋଳ ଦଶହରା ପଡିଆ ନିକଟରେ ଘଟି ଯାଇଛି ଏକ ଦୁଃଖଦ ଘଟଣା | ରାଜ୍ୟରେ ସଡକ ସୁରକ୍ଷା ନିମନ୍ତେ ନିୟମ ଯେତେ କଡକଡି ଭାବେ ଲାଗୁ ହେଲେ ସୁଦ୍ଧା ପ୍ରତିଦିନ ସଡକ ଦୁର୍ଘଟଣାରେ ଜୀବନ ହାନି ହେଉଥିବାର ଦେଖିବାକୁ ମୁିଳୁଛି | ପୁଣି ଆଜି ଏଭଳି ଏକ ଘଟଣା ସାମ୍ନାକୁ ଆସିଛି | ଟ୍ରକ୍ ଧକ୍କାରେ ମା’ ଓ ଶିଶୁର ମୃତ୍ୟୁ ହୋଇଛି । ସ୍କୁଟି ଯୋଗେ ଯାଉଥିବା ବେଳେ ଟ୍ରକ୍ ଧକ୍କା ଦେଇଥିଲା । ମୃତକ ହେଲେ ବାଲିପଟା ଗ୍ରାମର କବିତା ସାହୁ ଓ ତାଙ୍କ ପୁଅ ଶୁଭମ୍ ସାହୁ।ପୁଅ ଶୁଭମଙ୍କ ଜନ୍ମଦିନ ପାଇଁ ଅନୁଗୋଳ ବୁଢ଼ୀ ଠାକୁରାଣୀ ମନ୍ଦିରରୁ ଦର୍ଶନ ସାରି ଫେରୁଥିବା ବେଳେ ଏକ ଟ୍ରକ୍ ପଛପଟୁ ଧକ୍କା ଦେଇଥିଲା । ଫଳରେ ଉଭୟଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । କ୍ଷତିପୂରଣ ଦାବିରେ ୫୫ନମ୍ବର ଜାତୀୟ ରାଜପଥ ରାସ୍ତା ଅବରୋଧ କରିଥିବାର ସୂଚନା ମିଳିଛି ।