OnaKhabar

୨୦୧୮ ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷିତ

116

ଭୁବନେଶ୍ୱର : ୨୦୧୮ ବର୍ଷ ପାଇଁ ଆଜି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିଛନ୍ତି । ୧୦୧୮ ବର୍ଷ ପାଇଁ ଘୋଷିତ ଏହି ଫୁରସ୍କାର ନିମନ୍ତେ ମିହିର ଦାସଙ୍କୁ ଶ୍ରେଷ୍ଠ ଅଭିନେତା ଓ ଅର୍ଚ୍ଚିତାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ନିମନ୍ତେ ମନୋନୀତ ହୋଇଥିବାର ଜଣା ପଡିଛି । ସେହିପରି ‘ଭିଜା ମାଟିର ସ୍ୱର୍ଗ’କୁ ଶ୍ରେଷ୍ଠ ଚଳଚ୍ଚିତ୍ର ଘୋଷଣା କରାଯାଇଛି । ପ୍ରଯୋଜକ ଅକ୍ଷୟ ପରିଜା ‘ମୋହନ ସୁନ୍ଦର ଦେବ ଗୋସ୍ୱାମୀ’ ପୁରସ୍କାର ପ୍ରଦାନ କରାଯିବ। ନିର୍ଦ୍ଦେଶକ ମନମୋହନ ମହାପାତ୍ର ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ନିମନ୍ତେ ମନୋନୀତ ହୋଇଛନ୍ତି । ଶାନ୍ତିରାଜ ଖୋସଲାଙ୍କୁ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ, ବସନ୍ତରାଜ ସାମଲଙ୍କୁ ଶ୍ରେଷ୍ଠ ଗୀତିକାର, ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟକ ଭାବେ କରୁଣାକର ଓ ଶ୍ରେଷ୍ଠ ଗାୟିକାଭାବେ ଅନ୍ତରା ଚକ୍ରବର୍ତ୍ତୀ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇବେ ବୋଲି ଜଣା ପଡିଛି । ଶ୍ରେଷ୍ଠ କାହାଣୀକାରଭାବେ ନିରଞ୍ଜନ ରେଡ୍ଡୀ, ଶ୍ରେଷ୍ଠ ସଂଳାପ ଲେଖକ ଭାବେ ନନ୍ଦଲାଲ ମହାପାତ୍ର ମନୋନୀତ ହୋଇଛନ୍ତି । ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦତ୍ତ ସର୍ବୋଚ୍ଚ ଚଳଚ୍ଚିତ୍ର ପୁରସ୍କାର ‘ଜୟଦେବ ପୁରସ୍କାର’ ପ୍ରଖ୍ୟାତ କାହାଣୀକାର-ଚିତ୍ରନାଟ୍ୟକାର ତଥା ନିର୍ଦ୍ଦେଶକ ବିଜୟ ମିଶ୍ରଙ୍କୁ ପ୍ରଦାନ କରାଯିବ ବୋଲି ଘୋଷଣା କରା ଯାଇଛି ।