OnaKhabar

ମହିଳାଙ୍କ ଆତ୍ମହତ୍ୟା : ସ୍ୱାମୀ ଗିରଫ

16

 

ଟାଙ୍ଗୀ : ଟାଙ୍ଗୀ ଥାନା ଅନ୍ତର୍ଗତ ଜରିପଡ଼ା ପଞ୍ଚାୟତ ସାନଲେଖନପୁର  ଗ୍ରାମର ଜଣେ ବିବାହିତା ବିଷପିଇ ଆତ୍ମହତ୍ୟା କରିଥିବାବେଳେ ତାଙ୍କ ସ୍ୱାମୀକୁ ପୁଲିସ ଗିରଫ କରିଥିବା ଜଣାପଡ଼ିଛି । ସୂଚନାନୁଯାୟୀ, ଏହି ପଞ୍ଚାୟତ ଅନ୍ତର୍ଗତ କଣୀ ଗ୍ରାମର ମହେନ୍ଦ୍ର ଦଳେଇଙ୍କ ଏକମାତ୍ର ଝିଅ ଦୀପ୍ତି ଦଲେଇ(୨୩) ସାନଲେଖନପୁର ଗ୍ରାମର ଧରଣୀଧର ତରେଇଙ୍କ ପୁଅ ଲୋକନାଥ ତରେଇକୁ ଅଢ଼େଇ ବର୍ଷ ପୂର୍ବେ ବିବାହ କରିଥିଲେ । ବିବାହର କିଛିଦିନ ପରେ ଦୀପ୍ତିଙ୍କୁ ଶାଶୂଘର ଲୋକେ ଯୌତୁକ ପାଇଁ ନିର୍ଯ୍ୟାତନା ଦେଉଥିବା ସେ ପରିବାର ଲୋକଙ୍କ ଆଗରେ କହି ଆସୁଥିଲେ । ତେବେ ବାରମ୍ବାର ଏଭଳି ନିର୍ଯ୍ୟାତନା ସହି ନପାରି ଗତକାଲି ଦୀପ୍ତି ବିଷପିଇ ଗୁରୁତର ହୋଇପଡ଼ିଥିବାବେଳେ ସାହିଲୋକେ ତାଙ୍କ ବାପଘର ଲୋକଙ୍କୁ ଖବର ଦେବା ସହ ତୁରନ୍ତ ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ । ଡାକ୍ତରଖାନାରେ ଚିକିତ୍ସିତ ଅମସ୍ଥାରେ ଦୀପ୍ତିଙ୍କ ମୃତ୍ୟ ହୋଇଥିଲା । ତେବେ ଏ ନେଇ ଦୀପ୍ତିଙ୍କ ବାପା ଡ୍ରିମ୍ସ ଫାଣ୍ଡିରେ ଲିଖିତ ଅଭିଯୋଗ କରିବା ପରେ ଏସ୍‌ଆଇ ଲଷ୍ମୀଧର ଧଳ ଘଟଣାର ତଦନ୍ତ କରି ଦୀପ୍ତିଙ୍କ ସ୍ୱାମୀକୁ ଗିରଫ କରିଛି ।