OnaKhabar

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା

25

ମେଷ : ଗୃହକାର୍ଯ୍ୟରେ ସୁଖ ମିଳିବ । ମନ ଅସ୍ଥିର ରହିବ । ପରିସ୍ଥିତିରେ ବିଭ୍ରାଟ ସୃଷ୍ଟି ହେବ । ଗୁପ୍ତ ଧନର ସନ୍ଧାନ ମିଳିବ । ମାଙ୍ଗଳିକ ଉତ୍ସବରେ ଯୋଗ ଦେବେ । ଧାର୍ମିକ କାର୍ଯ୍ୟରେ ମନ ଦେବେ ।

ବୃଷ : ଆଜି ପଥ ଭ୍ରଷ୍ଟ ହୋଇପାରନ୍ତି । ଅଯଥାରେ କଳହ ସୃଷ୍ଟି ହେବ । ଦ୍ରବ୍ୟଲାଭ କରିପାରନ୍ତି । ପାରିବାରିକ ଜଞ୍ଜାଳ ବଢ଼ିବ । ଆୟ କ୍ରମେ ବୃଦ୍ଧି ପାଇବ । ପର ପାଇଁ କାର୍ଯ୍ୟ କରି ଅସୁବିଧାରେ ପଡ଼ିପାରନ୍ତି । ମହିଳାମାନେ ବିବାଦର ସମାଧାନ କରିବେ ।

ମିଥୁନ : ଆଜି ଆକସ୍ମିକ ଧନପ୍ରାପ୍ତ ହୋଇପାରେ । ବିପଦ ଦୂରେଇ ଯିବ । ଭୂଲ ସିଦ୍ଧାନ୍ତ ନେଇ ଖର୍ଚ୍ଚାନ୍ତ ହେବେ । ଅପବାଦରେ ପଡ଼ିପାରନ୍ତି । ଉପକାର କରି କ୍ଷତିଗ୍ରସ୍ତ ହେବେ । ଗୃହ ବିବାଦ ଉପୁଜିବ । ପରିସ୍ଥିତି ପ୍ରତି ସଜାଗ ରହିବେ ।

କର୍କଟ : ଦାୟିତ୍ୱରେ ପରିବର୍ତନ ଘଟିବ । ଦୁର୍ଘଟଣାରୁ ଉଧୁରି ଯିବେ । ଦକ୍ଷତାର ଉପଯୋଗ କରିବେ । ଦ୍ରବ୍ୟାଦିଲାଭ କରିପାରନ୍ତି । ବହୁଦିନର ଝାମଲା ଚିନ୍ତାରୁ ମୁକ୍ତ ମିଳିବ । ମନ ବ୍ୟାକୁଳ ରହିବ । ବନ୍ଧୁ ସହାୟତା ପାଇପାରନ୍ତି ।

ସିଂହ : ଶାରୀରିକ ଚିନ୍ତା ପାଇପାରନ୍ତି । କାର୍ଯ୍ୟରେ ଅଂସଙ୍ଗତ ଦେଖାଯିବ । ପଡ଼ୋଶୀଙ୍କ ସହଯୋଗ ପାଇବେ । ଗୃହ ଉପକରଣ ସଂଗ୍ରହ କରିବେ । ଆତ୍ମବିଶ୍ୱାସ ହରାଇପାରନ୍ତି । ଆଶାନ୍ତି ଅନୁଭବ କରିବେ ।

କନ୍ୟା : ଆଜି ସକାଳୁ ସକାଳୁ ବନ୍ଧୁଙ୍କ ସମ୍ପର୍କରେ ବାଧା ସୃଷ୍ଟି ହେବ । ପ୍ରିୟ ବନ୍ଧୁ ସହ ମତାନ୍ତର ଘଟିବ । ଯାତ୍ରାରୁ ସଫଳତା ମିଳିବ । ଅନୁଗତଙ୍କ ଦ୍ୱାରା ଲାଭବାନ ହେବେ । ନୂତନ ଦାୟିତ୍ୱ ପାଇପାରନ୍ତି । ଗୃହରେ ମହିଳାମାନଙ୍କ ଅଶାନ୍ତି ବଢ଼ିବ ।

ତୁଳା : ଇର୍ଷାର ପାତ୍ର ହୋଇପାରନ୍ତି । ଲୋଭରେ ପଡ଼ି କ୍ଷତି ସହିବେ । ମନ ଅସ୍ଥିର ରହିବ । ଷଡ଼ଯନ୍ତ୍ରରେ ପଡ଼ିପାରନ୍ତି । ସତର୍କ ରହି ମଧ୍ୟ କ୍ଷତିରେ ପଡ଼ିବେ । ଦୁଯୋଗର ଦୂରପଯୋଗ କରିବେ ।

ବିଛା : ଆଜି ପରିସ୍ଥିତି ଆୟତ ବାହାରେ ରହିବ । ତରତର ହୋଇ କ୍ଷତିରେ ପଡ଼ିବେ । ଅପକର୍ମର ଫଳ ଭୋଗିବେ । ଅନୁଗତଙ୍କ ଦ୍ୱାରା ଲାଭବାନ ହେବେ । କାର୍ଯ୍ୟରେ ଅଗ୍ରଗତି ଘଟିବ । ଯାତ୍ରାଦିରୁ ଶାନ୍ତି ପାଇବେ ।

ଧନୁ : ଆଜି ଦୁର୍ଘଟଣାର ସମ୍ଭାବନା ରହିଛି । ଅଯଥା ଅପବାଦରେ ପଡ଼ିପାରନ୍ତି । ଗୃହକାର୍ଯ୍ୟରୁ ଆନନ୍ଦ ମିଳିପାରେ । ଧନଲାଭ ଯୋଗ ରହିଛି । ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ । ଆମୋଦ ଉପଭୋଗ କରିବେ । ଉନ୍ନତିର ଆଭାସ ପାଇବେ ।

ମକର : କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି ହେବ । ଶାରୀରିକ ପୀଡ଼ା ଭୋଗିପାରନ୍ତି । ଧନଲାଭ ଘଟିପାରେ । ଚିନ୍ତାଭାର ବଢ଼ିଯିବ । ଶତ୍ରୁ ପାଇଁ ଚିତିନ୍ତ ହେବେ । ଅଭାବ ଅନୁଭବ କରିବେ । ଦେବ ପୂଜା କରିପାରନ୍ତି । ଶତ୍ରୁଭୟ ବଢ଼ିବ ।

କୁମ୍ଭ : ପରିବାରରେ ବିଶୃଙ୍ଖଳା ବ୍ୟାପକ ହେବ । ଆଜି ଆୟ କ୍ରମେ ବଢ଼ିବ । ଉଦ୍ୟମରେ ପ୍ରଗତି ଘଟିବ । ଆର୍ଥିକ ସାହାଯ୍ୟ ମିଳିବ । ବନ୍ଧୁ ମେଳରେ ଆନନ୍ଦ ପାଇବେ । ପରୋପକାରେ ଲାଗିପଡ଼ିବେ । ଗୃହରେ ଆନନ୍ଦ ମିଳିବ ।

ମୀନ : ଆଜି ଦିନଟି ମନ ଭଲ ରହିବ । ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ । ବୃଥା ଦୂର ଭ୍ରମଣ କରିପାରନ୍ତି । ନିଶ୍ଚିତତା ବିତିପାରେ । ଉତ୍ସବାଦିରେ ଆପାୟିତ ହେବେ । ବ୍ୟବସାୟରେ ବହୁତ ଲାଭବାନ ହେବେ । ମହିଳାମାନେ ଉଚ୍ଚକାମ କରି ପ୍ରଶଂସାର ପାତ୍ର ହେବେ ।