OnaKhabar

ପ୍ରେମ ପ୍ରତାରଣା ଯୁବତୀ ଥାନାର ଦ୍ୱାରସ୍ଥ

20

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଛେମୁଣ୍ଡା ଗାଁ ତେନ୍ତୁଳିଗୁଡ଼ାର ହୁସେନ ବୁଡ଼ (୩୦) ନାମକ ଜନୈକ ଯୁବକ କୁଚିଣ୍ଡା ଥାନା ଧୁଢ଼ିପାଲି ପଂଚାୟତ ମନାପାଲି ଗାଁର ଜନୈକ ଯୁବତୀଙ୍କୁ ପ୍ରେମକରି ଶାରିରୀକ ସମ୍ପର୍କ ରଖି ପ୍ରତାରଣା କରିବାପରେ ମାଡ଼ପିଟ କରିଥିବାବେଳେ ଯୁବତୀ ସୋମବାର ଥାନାର ଦ୍ୱାରସ୍ଥ ହୋଇ ଅଭିଯୋଗ କରିଥିବା ଜଣାଯାଇଛି । ପୋଲିସ ଏନେଇ ତଦନ୍ତ ଜାରି ରଖିଥିବା ଜଣାଯାଇଛି ।
ସୂଚନା ଅନୁଯାୟୀ, ଜମନକିରା ବ୍ଲକ୍ କୁଚିଣ୍ଡା ଥାନା ଧୁଢ଼ିପାଲି ପଂଚାୟତ ମନାପାଲି ଗାଁର ଜନୈକ ଯୁବତୀକୁ ଜମନକିରା ଥାନା ଛେମୁଣ୍ଡା ଗାଁ ତେନ୍ତୁଲିଗୁଡ଼ାର ହୁସେନ ପ୍ରାୟ ୩ ବର୍ଷ ହେବ ପ୍ରେମ ସମ୍ପର୍କ ସହ ଶାରିରୀକ ସମ୍ପର୍କ ରଖି ଆସୁଥିଲା । ଶାରିରୀକ ସମ୍ପର୍କ ରଖୁଥିବା ବେଳେ ଅନ୍ତରଙ୍ଗ ମୁହର୍ତର ଭିଡ଼ିଓ ଉତୋଳନ କରି ଯୁବତୀକୁ ବ୍ଲାକମେଲ କରି ଆସୁଥିଲା । ହୁସେନର କଥା ନଶୁଣିଲେ ଭିଡ଼ିଓକୁ ସୋସିଆଲ ମିଡ଼ିଆରେ ଛାଡ଼ି ଦେବି କହି ନିର୍ଯ୍ୟାତନା ଦେଇ ଆସୁଥିଲା । ଗତ ଶନିବାର ଦିନ ସେହି ପରି ଫୋନରେ ଯୁବତୀକୁ ଜମନକିରା ଛେମୁଣ୍ଡା ଗାଁକୁ ଡାକିଥିଲା । ଆସିବା ପରେ ତାକୁ ଗୋଡ଼ହାତ ବାନ୍ଧି ଶାରିରୀକ ସମ୍ପର୍କ ରଖିବା ସହ ଜଙ୍ଗଲ ମଧ୍ୟରେ ନିର୍ଯ୍ୟାତନା ଦେଇଥିଲା । ଯୁବତୀ ଜଣକ କୌଣସି ପ୍ରକାରେ ତାକବଳରୁ ଖସି ଯାଇ ଆଜି ଥାନାର ଦ୍ୱାରସ୍ଥ ହୋଇ ଅଭିଯୋଗ କରିଥିଲା । ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି ।