OnaKhabar

ଉପଗ୍ରହ ଉତକ୍ଷେପଣ ପାଇଁ ଆସୁଛନ୍ତି ୩ ବିଦେଶୀ ଛାତ୍ର

10

ଶ୍ରୀହରିକୋଟା: ଉପଗ୍ରହ ଉତକ୍ଷେପଣ ପାଇଁ ଭାରତ ଆସୁଛନ୍ତି ଇସ୍ରାଏଲର ୩ ବିଦେଶୀ ଛାତ୍ର । ଆସନ୍ତା ସପ୍ତାହରେ ଆସୁଥିବା ନେଇ ଜଣାପଡିଛି । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରେ ହେବାକୁ ଥିବା ପିଏସଏଲଭି ସି-୪୮ ରକେଟ ପ୍ରକ୍ଷେପଣ ସମୟରେ ସେମାନେ ଉପସ୍ଥିତ ରହିବେ । କାରଣ ଏହି ରକେଟରେ ତିନିଜଣ ଛାତ୍ରଙ୍କ ଉପଗ୍ରହ ‘ଡୁସିଫା-୩’ ମଧ୍ୟ ମହାକାଶକୁ ଯିବ ।
ହରଜାଲିଆ ବିଜ୍ଞାନ କେନ୍ଦ୍ର ଓ ହାନେଗେବ ହାଇସ୍କୁଲର ମିଳିତ ପ୍ରଚେଷ୍ଟାରେ ‘ଡୁସିଫା-୩’କୁ ନିର୍ମାଣ କରାଯାଇଛି । ଉପଗ୍ରହର ଆକାର ୧୦ଞ୍ଚ୧୦ଞ୍ଚ୩୦ ସେମି ଥିବାବେଳେ ଏହାର ଓଜନ ୨.୩ କିଲୋଗ୍ରାମ ରହିଛି । ଏହି ଉପଗ୍ରହ ମାଧ୍ୟମରେ ପୃଥିବୀର ବିଭିନ୍ନ କୋଣ ଅନୁକୋଣ ବାବଦରେ ଜଣାପଡିବା ସହ କୃଷକଙ୍କୁ ସହାୟତା ମିଳିବ ବୋଲି ଜଣାପଡିଛି ।
ଦକ୍ଷିଣ ଇସ୍ରାଏଲର ସାୟାର ହାନେଗେବ ହାଇସ୍କୁଲର ତିନିଜଣ ଛାତ୍ର ଏଲୋନ ୱେବରନବିକ, ମେଟାବ ଏସୁଲୀନ ଓ ସମ୍ୟୁଲ ଅବିବି ଆଜି ସନ୍ଧ୍ୟାରେ ଭାରତ ଅଭିମୁଖେ ବାହାରିବେ । ଡିସେମ୍ବର ୧୧ ତାରିଖରେ ଉପଗ୍ରହ ଉତକ୍ଷେପଣ ହେବାର କାର‌୍ୟ୍ୟକ୍ରମ ଥିବାବେଳେ ‘ଡୁସିଫା-୩’ ହେଉଛି ଛାତ୍ରଙ୍କ ଦ୍ୱାରା ନିର୍ମିତ ୩ୟ ଉପଗ୍ରହ ।