OnaKhabar

ନିଯୁକ୍ତି ଦାବିରେ ସିନାପାଲି ବିଦ୍ୟୁତ ବିଭାଗ ସମ୍ମୁଖରେ ଗଣଧାରଣା

9

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ସିନାପାଲି ବିଦ୍ୟୁତ ବିଭାଗ ଅଧୀନସ୍ଥ ଚଳନା-ଟିମନପୁର ସବ୍‌ଷ୍ଟେସନରେ ସ୍ଥାନୀୟ ଯୁବକଙ୍କୁ ହେଲପର ଓ ଟେକନିସିଆନ ପଦବୀରେ ନିଯୁକ୍ତି ଦେବାପାଇଁ ଜିଲ୍ଲାପରିଷଦ ସଦସ୍ୟ ପ୍ରିୟରଞ୍ଜନ ମେହେରଙ୍କ ନେତୃତ୍ୱରେ ସ୍ଥାନୀୟ ଯୁବକମାନେ ସିନାପାଲି ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣାରେ ବସିଛନ୍ତି ।
ସୂଚନାମତେ ସିନାପାଲି ବିଦ୍ୟୁତ ବିଭାଗ ଅଧୀନରେ ନୂତନ ଭାବରେ କାର୍ଯ୍ୟକ୍ଷମ ହେବାକୁଥିବା ଚଳନା-ଟିମନପୁର ସବ୍‌ଷ୍ଟେସନରେ କର୍ମଚାରୀ ନିଯୁକ୍ତି କରାଯାଉଛି । ଉକ୍ତ ନିଯୁକ୍ତିରେ ସିନାପାଲି ବ୍ଲକ ଅଞ୍ଚଳର ଆବେଦନକାରୀ ପ୍ରାର୍ଥୀଙ୍କୁ ଉପେକ୍ଷା କରି ନିଯୁକ୍ତି ଦିଆଯାଉଥିବା ଓ ନିଯୁକ୍ତିରେ ଅନିୟମିତତା ପରିଲକ୍ଷିତ ହେଉଛି ବୋଲି ଅଭିଯୋଗ ଆଣିଛନ୍ତି । ସୂଚନା ଅନୁଯାଇ ଏହି ଅଞ୍ଚଳରେ ଅନେକ ଯୁବକ ଆବଶ୍ୟକୀୟ ଯୋଗ୍ୟତାଥିଲେ ମଧ୍ୟ ଅଞ୍ଚଳର ଯୁବକଙ୍କୁ ନିଯୁକ୍ତି ନଦେବା ଦୁର୍ଭାଗ୍ୟ ଜନକ ବୋଲି ଦର୍ଶାଇଛନ୍ତି । ଏହାର ସମାଧାନ ନହେବା ପର୍ଯ୍ୟନ୍ତ ଗଣଧାରଣାରେ ବସିବେବୋଲି ଜିଲ୍ଲାପ୍ରଶାସନକୁ ଚେତାବନୀ ଦେଇଛନ୍ତି । ହେମସିଂ ପଟେଲ, ଗଜାନନ ବିହାରି ନାୟକ, ଶେଷଦେବ ସା, ଗୁଣସାଗର ସା, ଧନସିଂ ମାଝୀ, ପିତାମ୍ବର ସା, ଅଶୋକ ନାୟକ, ସଞ୍ଜୟ ହେର୍ଣ୍ଣା, କୁନୁ ଜଗତ ପ୍ରମୁଖ ଧାରଣାରେ ସାମିଲ ଥିଲେ ।