OnaKhabar

ଛାଡପତ୍ର ନେଲା ଜୀବନ

7

କୋରାପୁଟ: ଛାଡପତ୍ର ନେଲା ଜୀବନ । ଅଗ୍ନିକୁ ସାଖୀ ରଖି ସାତ ଜନ୍ମର ବନ୍ଧୁ ହୋଇଥିଲେ । ସାରା ଜୀବନ ଏକାଠି ସାଥୀ ହୋଇ ରହିବାକୁ ପରସ୍ପର କଥା ଦେଇଥିଲେ । ହେଲେ ସବୁକିଛି ଓଲଟ ପାଲଟ ହୋଇଗଲା । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋରାପୁଟରେ ।

ସୂଚନା ଅନୁସାରେ, କୋରାପୁଟ ଜିଲ୍ଲା ସେମିଳିଗୁଡ଼ାର ସରସ୍ୱତୀନଗର ସାହିର ବାଦଲ ବେହେରା ନାମକ ଜଣେ ଯୁବକ କିଛି ମାସ ହେବ ବିବାହ କରିଥିଲେ । ହେଲେ ସେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଗତ କିଛି ଦିନ ହେବ ପାରିବାରିକ କଳହ ଲାଗି ରହିଥିଲା । ଫଳରେ ତାଙ୍କ ସ୍ତ୍ରୀ ନିଜ ବାପ ଘରେ କିଛି ଦିନ ହେବ ରହୁଥିଲେ । ଆଜି ସକାଳେ ବାଦଲଙ୍କ ସ୍ତ୍ରୀ ଛାଡ଼ପତ୍ର ନୋଟିସ ଶାଶୁଘରକୁ ପଠାଇଥିଲେ । ଏହା ଦେଖି ବାଦଲ ସହି ନପାରି ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ତେବେ ବାଦଲଙ୍କ ମୃତଦେହକୁ ଆଜି ବୋହୂର ବାପ ଘର ଆଗରେ ରଖି ସ୍ଥାନୀୟ ଲୋକ ଧାରଣାରେ ବସିଛନ୍ତି । ତାଙ୍କ ସ୍ତ୍ରୀ ସମ୍ପୂର୍ଣ୍ଣ ରୀତିନୀତି ସହ ବାଦଲଙ୍କ ଶେଷକୃତ୍ୟ ସମ୍ପନ୍ନ କରିବାକୁ ଦାବୀ କରଛନ୍ତି ସ୍ଥାନୀୟ ଲୋକେ । ହେଲେ ଘଟଣା ସ୍ଥଳରେ ପୋଲିସ ଏଯାଏଁ ପହଞ୍ଚି ନଥିବା ଜଣାପଡିଛି ।