OnaKhabar

ପୁଣି ମଦ ନେଲା ଜୀବନ

7

ଭଦ୍ରକ : ପୁଣି ମଦ ଜନିତ ମୃତ୍ୟୁ ଅଭିଯୋଗ ଆସିଛି । ଅତ୍ୟଧିକ ମଦ ପିଇବା ଫଳରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା କୋରକୋରା ଶାସନ ଅଞ୍ଚଳରେ ଘଟିଯାଇଛି ଏଭଳି ଏକ ଅଭାବନୀୟ ଘଟଣା । ଅତ୍ୟଧିକ ମଦ ପିଇ ଘରକୁ ଆସିଥିଲେ କୋରକୋରା ଶାସନ ଗାଁର ଇନ୍ଦ୍ରଜିତ ପଣ୍ଡା । ଘରକୁ ଆସିବା ପରେ ସେ ବାନ୍ତି କରିଥିଲେ । ଅସୁସ୍ଥ ହୋଇପଡିବାରୁ ତାଙ୍କୁ ସଙ୍ଗେ ସଙ୍ଗେ ଭଦ୍ରକ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଇନ୍ଦ୍ରଜିତ ସ୍ଥାନୀୟ ବେପାରୀଙ୍କ ନିକଟରୁ ଅଧିକାଂଶ ସମୟରେ ମଦ କିଣି ପିଉଥାନ୍ତି । ଏହି ମଦ୍ୟପାନ ଯୋଗୁଁ ହିଁ ତାଙ୍କର ମୃତ୍ୟୁ ଘଟିଥିବାର କୁହା ଯାଉଛି |

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଳିଗଲେ ଯୁବକ