OnaKhabar

ହୃଦଘାତରେ ନକ୍ସଲ ନେତା ରମନ୍ନାଙ୍କ ମୃତ୍ୟୁ

9

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବସ୍ତର ଜଙ୍ଗଲରେ ଟପ୍‌ ନକ୍ସଲ ନେତା ରମନ୍ନାଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ତେବେ ହୃଦଘାତରେ ତାର ମୃତ୍ୟୁ ହୋଇଥିବାର ଜଣା ପଡିଛି । ତେବେ ରମନ୍ନାଙ୍କ ମୃତ୍ୟୁକୁ ନେଇ ପୁଲିସ ପକ୍ଷରୁ ଏଯାଏ କିଛି ସ୍ପଷ୍ଟ କରାଯାଇନାହିଁ । ଗତ କିଛି ଦିନ ଧରି ରମନ୍ନା ଅସୁସ୍ଥ ଥିଲେ ବୋଲି ସୂଚନା ମିଳିଥିଲା | ରମନ୍ନା ଦୀର୍ଘ ବର୍ଷ ହେବ ନକ୍ସଲ ସଂଗଠନରେ ସକ୍ରିୟ ଥିଲେ । ଏହାସହ ଦଣ୍ଡକାରଣ୍ୟ ଜୋନାଲ କମିଟିର ସଚିବ ଥିଲେ । ସେ ଓଡ଼ିଶା, ଛତିଶଗଡ଼, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ଅନେକ ବଡ଼ ବଡ଼ ହିଂସାକାଣ୍ଡରେ ସାମିଲ ଥିଲା ବୋଲି ଜଣା ପଡିଛି ।

ପାପ ଲୁଚାଇବାକୁ ହତ୍ୟା ଉଦ୍ୟମ , ପୀଡିତାଙ୍କ ଦେହରେ ନିଆଁ…