OnaKhabar

ମୁଣ୍ଡ ବିହୀନ ବାଛୁରୀ ଛୁଆ

1,038

ମୟୁରଭଞ୍ଜ: ବାଙ୍ଗରିପୋଷି ବ୍ଲକର କୁସୁମବନ୍ଧ ଗ୍ରାମରେ ଏକ ବିରଳ ଘଟଣା ସାମ୍ନାକୁ ଆସିଛି । ଗୋଟିଏ ଗାଈ ଏକା ଥରକେ ଜନ୍ମ କରିଛି ତିନୋଟି ଛୁଆ । ସେମାନ ମଧ୍ୟରୁ ଗୋଟେ ମୁଣ୍ଡ ବିହୀନ ଛୁଆ ଜନ୍ମ ହୋଇଥିବା ଦେଖିବାକୁ ମିଳିଛି । ସବୁଠୁ ବଡ଼ ଆଶ୍ଚର‌୍ୟ୍ୟର କଥା ମୁଣ୍ଡବିହୀନ ଛୁଆଟି ଜୀବିତ ଅବସ୍ଥାରେ ଜନ୍ମ ହୋଇଛି । ଯାହାକୁ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳର ଲୋକମାନେ ଭିଡ ଜମାଇ ଥିଲେ । ଛୁଆଟି ପ୍ରାୟ ଅଧଘଣ୍ଟା ଜୀବିତ ରହିବା ପରେ ତାର ମୃତ୍ୟୁ ହୋଇଥିଲା ।

ସୂଚନା ମୁତାବକ, ଆଜି ସକାଳେ ସାଲେଇ ଗିରିଙ୍କ ଗୁହାଳରେ ଗୋଟେ ଗାଈ ଏକା ଥରରେ ୩ ଟା ମାଈ ବାଛୁରୀ ଜନ୍ମ କରିଥିଲା । ତିନୋଟି ଜୀବିତ ଛୁଆ ମଧ୍ୟରୁ ଗୋଟେ ଛୁଆ କାନ ଦୁଇଟା ମଝିରେ ମଥା ନ ଥିବା ଜଣାପଡିଥିଲା । ଗୋଟେ ଗାଈ ତିନୋଟି ଛୁଆ ଜନ୍ମ କରିବା ଆଶ୍ଚର‌୍ୟ୍ୟକର ହୋଇଥିବା ବେଳେ ପୁଣି ମୁଣ୍ଡ ବିହୀନ ଛୁଆ ଜନ୍ମ ହେବା ଏକ ବିରଳ ଘଟଣା ମୟୁରଭଞ୍ଜ ଜିଲ୍ଲାରେ ଦେଖିବାକୁ ମିଳିଛି ।