OnaKhabar

ଶ୍ରୀକ୍ଷେତ୍ରରେ ଗଣଦୁଷ୍କର୍ମ ଘଟଣା:୪ର୍ଥ ଅଭିଯୁକ୍ତ ଗିରଫ

7

ପୁରୀ :ଗତ ୨ତାରିଖ ଦିନ ପୁରୀ ପୋଲିସ କ୍ୱାର୍ଟର୍ସରେ ହୋଇଥିବା ଗଣଦୁଷ୍କର୍ମ ଘଟଣାରେ ଆଜି ଆଉ ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି । ତେବେ ଏହି ଘଟଣାରେ ଅନ୍ୟ ୩ଜଣ ଅଭିଯୁକ୍ତଙ୍କୁ ପୋଲିସ ଆଗରୁ ଗିରଫ କରିଥିବା ଜଣାପଡିଛି । ଆଜି ଗିରଫ ହୋଇଥିିବା ଅଭିଯୁକ୍ତ ଜଣକ ହେଲା ବୁଲୁ ବାରିକ । ତାଙ୍କ ଘର ପୁରୀ ଜିଲ୍ଲା ବ୍ରହ୍ମଗିରି  ଥାନା ଅନ୍ତର୍ଗତ ରେଣ୍ଢା ଗାଁରେ ବୋଲି ଜଣାପଡିଛି । ସେ ଜଣେ ସିଆରପିଏଫ ଯବାନ ବୋଲି ଜଣାପଡିଛି । ପୋଲିସ ବୁଲୁକୁ ସ୍ୱତନ୍ତ୍ର ସ୍କ୍ୱାର୍ଡ ଦ୍ୱାରା ରାୟଗଡାରୁ ଗିରଫ କରିଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ, ପୋଲିସ କ୍ୱାର୍ଟର୍ସରେ ପୀଡ଼ିତାଙ୍କ ପ୍ରତି ହୋଇଥିବା ଗଣଦୁଷ୍କର୍ମ ମାମଲାର ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଆଗରୁ ପୁଲିସ ଗିରଫ କରିଥିବା ବେଳେ ଗତ ୬ତାରିଖ ଦିନ ବ୍ରହ୍ମଗିରି ଥାନା ଆଳିଆପୁଟୁ ଅଞ୍ଚଳର ରାମଚନ୍ଦ୍ର ପ୍ରଧାନକୁ ଗିରଫ କରିଥିଲା । ତାକୁ ସ୍ପେସାଲ୍ ସ୍କ୍ବାଡ୍ ଟାଙ୍ଗୀ ଅଞ୍ଚଳରୁ ଗିରଫ କରିବାରେ ସକ୍ଷମ ହୋଇଥିଲା । ରାମଚନ୍ଦ୍ରର ନାଁ’ରେ ପୂର୍ବରୁ ବ୍ରହ୍ମଗିରି ଥାନାରେ ୪ରୁ ଅଧିକ ମାମଲା ରହିଛି । ତେବେ ଜିତୁ ଘରକୁ ମଦ ପିଇବା ପାଇଁ ଯାଇ ସେ ଏହି ଗଣଦୁଷ୍କର୍ମ ମାମଲାରେ ଫସିଯାଇଥିବା କହିଥିଲା ।