OnaKhabar

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ, ଦ୍ୱିତୀୟ ପର୍ଯ୍ୟାୟରେ ୬୩.୩୬% ମତଦାନ

8

ରାଞ୍ଚି : ଶନିବାର ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ୨୦ଟି ଆସନ ପାଇଁ ଭୋଟ୍‌ ଗ୍ରହଣ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟରେ ୬୩.୩୬%  ପ୍ରତିଶତ ମତଦାନ ହୋଇଥିବା ରେକର୍ଡ ହୋଇଛି ।  ଭୋଟ୍‌ ବେଳେ କାଁ ଭାଁ ହିଂସା ନଜରକୁ ଆସିଥିଲା । ଗୁମ୍‌ଲା ଜିଲ୍ଲାର ସିସୟି ବିଧାନସଭା ଆସନର ଏକ ମତଦାନ କେନ୍ଦ୍ରରେ ଗୁଳି ମାଡ଼ ହୋଇଥିବା ବେଳେ ଏଥିରେ ଜଣେ ବ୍ୟକ୍ତିର ମୃତ୍ୟୁ ଘଟିଛି ଏବଂ ୨ ଜଣ ଆହତ ହୋଇଥିବାର ସୂଚନା ମିଳିଛି । ଆଉ ଏକ ଘଟଣାରେ ବଗନିର ଏକ ବୁଥ୍‌ରେ ମଧ୍ୟ ଗୁଳି ମାଡ଼ ହୋଇଥିବାର ଖବର ମିଳିଛି । ତେବେ ସିଆର୍‌ପିଏଫ୍‌ ଟିମ୍‌ ତୁରନ୍ତ ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇଥିଲେ ବୋଲି ଜଣା ପଡିଛି ।
ସିସୟିରେ ଗୁଳିମାଡ଼ ଏବଂ ଭୋଟ୍‌ରଙ୍କୁ ମତଦାନରୁ ବଳପୂର୍ବକ ରୋକାଯିବାରୁ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଏହାପରେ ସେଠାରେ ଭୋଟ୍‌ ଗ୍ରହଣ ପ୍ରକ୍ରିୟାକୁ ବାତିଲ କରାଯାଇଥିଲା ଏବଂ ଆଖପାଖ ଅଂଚଳକୁ ସିଲ୍‌ ମଧ୍ୟ କରାଯାଇଥିଲା। ଅପରାଧୀଙ୍କ ଗୁଳିମାଡ଼ରେ ଜଣେ ଥାନା ଅଧିକାରୀ ମଧ୍ୟ ଆହତ ହୋଇଥିବାର ସୂଚନା ମିଳିଛି ।