OnaKhabar

ଝାଡଖଣ୍ଡ ବିଧାନସଭା ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

18

ଖୁଣ୍ଟି : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଝାଡଖଣ୍ଡର ଖୁଣ୍ଟିରେ ନିର୍ବାଚନୀ ରାଲିକୁ ସମ୍ୱୋଧିତ କରି ବିରୋଧୀ କଂଗ୍ରେସ ଏବଂ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ଉପରେ ଜୋରଦାର ବର୍ଷିଥିଲେ । ପ୍ରଧାନମନ୍ତ୍ରୀ କହିଛନ୍ତି କଂଗ୍ରେସ ଏବଂ ଜେଏମଏମ କେବଳ ଛଳନା ଏବଂ ସ୍ୱାର୍ଥର ରାଜନୀତି କରୁଛି ଏବଂ ବିଜେପି ସେବାଭାବର ରାଜନୀତି କରୁଛି ବୋଲି କହିଥିଲେ । ଜେଏମଏମ ଏବଂ କଂଗ୍ରେସର ପୂର୍ବତନ ସରକାର ଗୁଡିକ ଉପରେ ଆଦିବାସୀଙ୍କ ପାଇଁ କାମ ନ କରିବା ଅଭିଯୋଗ କରି ପିଏମ ମୋଦୀ କହିଛନ୍ତି ଏହି ସରକାରମାନେ ଆଦିବାସୀଙ୍କୁ ଚାଳ ଘରେ ରହିବାକୁ ବାଧ୍ୟ କରିଥିଲା ।

ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଥିଲେ ଯେ କଂଗ୍ରେସ ଏବଂ ଜେଏମଏମ କ୍ଷମତାକୁ ଫେରିବା ପାଇଁ ଏତେ ବ୍ୟାକୂଳ ଅଛି ଯେ ସେ ଆପଣମାନଙ୍କ ମଧ୍ୟରେ ମିଛ ପ୍ରଚାର କରୁଛନ୍ତି, ଲୋକଙ୍କ ମନରେ ଡର ଏବଂ ଭ୍ରମ ସୃଷ୍ଟି କରୁଛନ୍ତି । ଏଠାରେ ଉଦ୍ୟୋଗ, ପର୍ଯ୍ୟଟନ ସମୃଦ୍ଧ ହେଉ ଏହା ସେମାନ ଆଦୌ ଚାହୁଁନାହାନ୍ତି । ଏମାନେ ଜାଣିଛନ୍ତି ଯେ ଏପରି ହେବା ଦ୍ୱାରା ଗରିବଙ୍କ ପାଖକୁ ଟଙ୍କା ଆସିବ, ଯାହାପରେ କଂଗ୍ରେସ ଏବଂ ଜେଏମଏମକୁ କେହି ପଚାରିବେନି । ଏଠାରେ ପ୍ରଥମ ପର୍ଯ୍ୟାୟ ମତଦାନ କଥା ଉଠାଇ ମୋଦୀ କହିଛନ୍ତି, ପ୍ରଥମ ଚରଣ ନିର୍ବାଚନ ପରେ ତିନୋଟି କଥା ସ୍ପଷ୍ଟ ହୋଇଛି । ପ୍ରଥମ-ଲୋକତନ୍ତ୍ରକୁ ମଜବୁତ କରିବା ଏବଂ ରାଷ୍ଟ୍ର ନିର୍ମାଣରେ ଝଡଖଣ୍ଡ ଲୋକଙ୍କ ଆସ୍ଥା ଅଭୂତପୂର୍ବ । ଦ୍ୱିତୀୟ-ବିଜେପି ସରକାର ଯେଉଁପରି ଭାବେ ନକ୍ସଲବାଦର ମେରୁ ହାଡ ଭାଙ୍ଗିଛି, ତାହାପରେ ଏଠାରେ ଭୟର ମାହୋଲ କମ ହୋଇଛି ଏବଂ ବିକାଶର ମାହୋଲ ସୃଷ୍ଟି ହୋଇଛି । ତୃତୀୟ-ଝାଡଖଣ୍ଡର ଅଧିବାସୀଙ୍କ ମନରେ ବିଜେପି ସରକାର ପ୍ରତି ଏକ ଦୃଢ ବିଶ୍ୱାସ ଭାବନା ରହିଛି ।