OnaKhabar

ରାଜଧାନୀରେ ଜଳିଗଲା କାର

17

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ସ୍ଥିତ ଜୟଦେବ ବିହାର ଛକ ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଗତସିଂହପୁରରୁ କିଛି ଲୋକେ ସେହି କାରରେ ବାହାଘର ଭୋଜି ପାଇଁ ଆସୁଥିବା ଜଣାପଡିଛି । କାରରେ ସମସ୍ତ ଲୋକ ଥିବା ସମୟରେ ହଠାତ କାରରେ ନିଆଁ ଲାଗିଯାଇଥିଲା । ଏହା ଦେଖି ସେଥିରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଗାଡିରୁ ବାହାରକୁ ଚାଲିଆସିଥିଲେ । ତେବେ ଗାଡିରେ ନିଆଁ ଲାଗିଥିବା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡିଛି । ହେଲେ ନିଆଁ ଲାଗିବାର କାରଣ ଏଯାଏଁ ଅସ୍ପଷ୍ଟ ଥିବା ଜଣାପଡିଛି ।

ବିଧାୟକଙ୍କୁ ତାଲା ପକାଇ ଗାଡି ଜାଳିଦେଲେ