OnaKhabar

ଷ୍ଟାଡିୟମ କାମ କରୁଥିବା ଶ୍ରମିକଙ୍କୁ ମାଡ,ଧମକ : ପୋଲିସ ପ୍ରଶାସନର ତପ୍ତରତା ନାହିଁ

70

ବଲାଙ୍ଗିର ବିକାଶରେ ବାଧା, ପୁଣି ମାତିଲେଣି କୁଚକ୍ରି ଗୋଷ୍ଟି- ନଗର କଂଗ୍ରେସ

ବଲାଙ୍ଗିର,(ଦେବାଶିଷ ମିଶ୍ର)- ରାଜନୈତିକ ଅଭିସନ୍ଧି ରଖି କିଛି କୁଚକ୍ରୀ ଗୋଷ୍ଠୀ ବିଗତ ଦିନମାନଙ୍କରେ ମେଡିକାଲ କଲେଜ ଏବଂ ଲକ୍ଷ୍ମୀଯୋର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ କାମକୁ ଦୀର୍ଘ ଦିନ ଧରି ଅଟକେଇ ରଖିଥିଲେ । ଆଜି ସେ ଉଭୟ ପ୍ରକଳ୍ପରୁ ଲୋକେ ଲାଭ ପାଇବା ଆରମ୍ଭ ହୋଇଛ । କିନ୍ତୁ ବର୍ତ୍ତମାନ ପୃଥ୍ୱୀରାଜ ହାଇସ୍କୁଲ ପଡିଆରେ ଷ୍ଟାଡିୟମ କାମ ·ଲିଥିବା ବେଳେ ଏ କାମ ଯେପରି ଶିଘ୍ର ସମାପ୍ତ ହୋଇନପାରିବ ସେ ଦିଗରେ କିଛି ରାଜନୈତିକ, ଅସମାଜିକ କୁଚକ୍ରୀ ଗୋଷ୍ଠୀ ପୁଣି ଏହାକୁ ବାଧା ଦେବା ଆରମ୍ଭ କରିଦେଇଛନ୍ତି । ଗତ କିଛି ଦିନ ହେବ କିଛି ଲୋକ ଜୋରଜବରଦସ୍ତ ପି.ଆର. ହାଇସ୍କୁଲ ପଡିଆକୁ ପଶି ସେଠାରେ ଗ୍ୟାଲେରି ପାଇଁ କାମ କରୁଥିବା ଶ୍ରମିକମାନଙ୍କୁ ମରଣାନ୍ତ୍ରକ ଆକ୍ରମଣ କରିଛନ୍ତି । ତା ପୂର୍ବରୁ ମଧ୍ୟ ସେମାନେ ଏହି ଶ୍ରମିକମାନଙ୍କୁ ଅନେକ ଥର ଧମକ ଚମକ ଦେଇ କାମ ବନ୍ଦ କରିବା ପାଇଁ ଚେଷ୍ଟା କରୁଛନ୍ତି ।

ଷ୍ଟଡିୟମ କାମ ଆରମ୍ଭ ହେବା ଯୋଗୁଁ ଏ କାମ ଯେପରି ଶିଘ୍ର ହୋଇନପାରିବ ସେ ଦିଗରେ ଗତ ତିନି ବର୍ଷ ହେବ ଅସମାଜିକ ତତ୍ତ୍ୱ ତଥା ବିକାଶ ବିରୋଧି କିଛି ଲୋକ ସବୁବେଳେ କିଛି ନା କିଛି ବାଧା ସୃଷ୍ଟି କରୁଛନ୍ତି । ଏହାକୁ ନେଇ ଅନେକ ଥର ପୋଲିସକୁ ଅଭିଯୋଗ କରିଥିଲେ ହେଁ ଆଜି ପର୍ଯ୍ୟନ୍ତ ସୌନ୍ଦର୍ଯ୍ୟ ପ୍ରକାର କାର୍ଯ୍ୟାନୁଷ୍ଠାନ ନେଇ ନାହିଁ । ଏଥିରୁ ସ୍ପଷ୍ଟ ଜଣାପଡୁଛି ବଲାଙ୍ଗିର ସହରରେ ପୋଲିସ କୋ÷÷ଣସି ପ୍ରକାର ପରିସ୍ଥିତିକୁ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସମ୍ଭାଳିବାରେ ବିଫଳ ହେଉଛି । ଏହି ମାଡ ଘଟଣାରେ ମଧ୍ୟ ଗତ କାଲି ପୋଲିସକୁ ଲିଖିତ ଅଭିଯୋଗ ଦିଆ ହେଇଥିଲେ ହେଁ ପୋଲିସ ଅପରାଧିମାନଙ୍କୁ ଗିରଫ କରିବାରେ ତତ୍ପରତା ପ୍ରକାଶ ପାଉନାହିଁ । ଆଗରୁ ମଧ୍ୟ ଷ୍ଟାଡିୟମ ପରିସରକୁ ଯେପରି କୌଣସି ପ୍ରକାର ସରଞ୍ଜାମ ଯାଇ ପାରିବ ନାହିଁ ସେଥିପାଇଁ ପଡିଆ ଗେଟକୁ କିଛି ଲୋକ ତାଲା ମାରିଦେଇଛନ୍ତି । ତେଣୁ ସର୍ବମୋଟ ଦେଖିବାକୁ ଗଲେ ବଲାଙ୍ଗିରର ବିକାଶ ଦିଗରେ କିଛି କୁଚକ୍ରି ଗୋଷ୍ଠି ରିତିମତ ଭାବରେ ବାଧା ଦେବାର ପ୍ରୟାସ ଜାରି ରଖିଛନ୍ତି । ତେଣୁ ଏହି ପ୍ରକାର ବିକାଶ ବିରୋଧି କାମକୁ ବଲାଙ୍ଗିର ନଗର କଂଗ୍ରେସ କମିଟି ତରଫରୁ ଦୃଢ ବିରୋଧ କରାଯିବା ସହ ଯଦି ବିକାଶମୂଳକ କାମରେ ବାଧା ସୃଷ୍ଟି କରୁଥିବା ରାଜନୈତିକ, ଅସମାଜିକ କୁଚକ୍ରି ଗୋଷ୍ଠି ଙ୍କ ବିରୁଦ୍ଧରେ ପୋଲିସ କିଛି କାର୍ଯ୍ୟାନୁଷ୍ଠାନ ନ ନିଏ ତେବେ ଆଗାମି ଦିନରେ ନଗର କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନର ପନ୍ଥା ଗ୍ରହଣ କରିବ ବୋଲି ଆଜି ଏକ ପ୍ରେସ ବିବୃତ୍ତିରେ ନଗର କଂଗ୍ରେସ ସଭାପତି ବୁଲୁ ଦାନୀ ଜଣାଇଛନ୍ତି ।
ଏଠାରେ ସୂଚନାଯୋଗ୍ୟ ଯେ ପି.ଆର. ହାଇସ୍କୁଲ ଖେଳ ପଡିଆରେ ଷ୍ଟଡିୟମ ନିର୍ମାଣ କାମ ସରିବା ସମୟସୀମା ଅତିକ୍ରମ କରିସାରିଥିଲେ ମଧ୍ୟ ଏପରି ବିକାଶ ବିରୋଧି ହୀନ ଚକ୍ରାନ୍ତକାରୀ ଅସମାଜିକ ଯୋଗୁଁ କାମ ସମ୍ପୁର୍ଣ୍ଣ ହେବାରେ ବିଳମ୍ବ ଦେଖାଦେଉଛି । ତେଣୁ ଏହି କାମ ଯେପରି କୌଣସି ବାଧାବିଘ୍ନ ବିନା ଶିଘ୍ର ସମାପ୍ତ ହେବ ସେ ଦିଗରେ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ସ୍ୱତନ୍ତ୍ର ଧ୍ୟାନ ଦେଉ ନଚେତ କେବଳ ନଗର କଂଗ୍ରେସ ନୁହେଁ ଆଗାମୀ ଦିନରେ ବଲାଙ୍ଗିରର ସାଧାରଣ ଜନତା ତଥା କ୍ରୀଡାପ୍ରେମୀ ମଧ୍ୟ ଆନ୍ଦୋଳନର ପନ୍ଥା ଗ୍ରହଣ କରିବେ ବୋଲି କହିଛନ୍ତି ।