OnaKhabar

ମହିଳାଙ୍କୁ ଆକ୍ରମଣ କରି ୨ଗିରଫ

2

ଟାଙ୍ଗୀ : ଟାଙ୍ଗୀ ଥାନା ଅଧୀନ କନ୍ତଳବାଈ କଲୋନୀର ଜଣେ ମହିଳାଙ୍କୁ ଅଶ୍ଳୀଳ ବ୍ୟବହାର ଏବଂ ମାଛ କଟା ପନିକିରେ ହାଣିଥିବା ଅଭିଯୋଗରେ ଭୂଷଣ୍ଡପୁର ଫାଣ୍ଡି ପୁଲିସ୍ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏକ ସାଧାରଣ ଘଟଣାକୁ ନେଇ ନିର୍ମଳ ଦାସଙ୍କ ପୁଅ ପବନା ଓ ଗୋପାଳ ମଣ୍ଡଳଙ୍କ ପୁଅ ପଲ୍ଟୁ କନ୍ତଳବାଈ କଲୋନୀର ଦୀପକ ଦାସଙ୍କ ସ୍ତ୍ରୀ କାଞ୍ଚନବାଳା ଦାସଙ୍କ ସହିତ ବଚସା ହୋଇଥିଲା । ସେଥିରେ ପବନା ଓ ପଲଟୁ ଉଭୟ କାଞ୍ଚନଙ୍କୁ ଗାଳି ଗୁଲଜ କରିବା ସହିତ ପିନ୍ଧିଥିବା ଲୁଗାକୁ ଟଣା ଓଟରା କରି ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । କାଞ୍ଚନ ପ୍ରତିବାଦ କରିବାରୁ ମାଛ କଟା ପନିକି ଦ୍ୱାରା ତାଙ୍କ ମୁଣ୍ଡକୁ ହାଣି ଦେବାରୁ ସେ ଗୁରୁତର ହୋଇଥିଲେ । ଏ ନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ୨୫୦/୨୦୧୯ରେ ମୋକଦ୍ଦମା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରାଯାଥିବା ବେଳେ ଜାମିନ୍ ଆବେଦନ ଖାରଜ ହୋଇଯିବାରୁ ତାଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି ।